ଅଶୃଳ ମୂଲକ
ଅଶୃଳ ମୂଲକ
ଶ୍ମଶାନରେ ଜୁଇ ମାରୁଅଛି ହାଇ
ଜଳାଇ ହୃଦୟ କୋହ,
ହୁତାସନ ବୁକୁ ଦରଦେ ବାହୁନେ
ବୁହାଇ ଶିଖାର ମୋହ ॥
ଚିତ୍ରଗୁପ୍ତ ପାଞ୍ଜି ଜମଦଣ୍ତେ ଭାଜି
ଜୀବନ ପାଲଟେ ଶବ,
ଅମୃତ ସନ୍ତାନେ ଜୀବନ ମରଣେ
କାଳଫାଶେ ଦେଇ ଭାବ ॥
ଛଅ ଖଣ୍ତି କାଠେ ଶ୍ମଶାନ ବୈକୁଣ୍ଠେ
ଜୀବନର ମହାଯାତ୍ରା,
ପିତା ମାତା ଭାଈ ଭଉଣୀ ବାନ୍ଧବୀ
ବିଦାୟର ଦୁଃଖ ଯାତ୍ରା ॥
କାହା ବୁକୁ ଫାଟେ ଧର୍ମର ସଂକଟେ
ସୀମନ୍ତ ହାରେ ସିନ୍ଦୁର,
ପିତା ମାତାଙ୍କର&nb
sp; ସ୍ନେହଁର ଝରଣା
ଖୋଜିଥାଏ ରୁଦ୍ଧଦ୍ୱାର ॥
ଶୂନ୍ୟ ପରିବାର ଲୋତକ ରୂଧିରେ
ଦିଅଇ ଶୁଭ ବିଦାୟ,
ଅଗଣା ପଲ୍ଲବେ ଝାଉଁଣିଣ ଲବେ
ଦିଅନ୍ତି ଚିର ଅଭୟ ॥
ଗାଁ ଦାଣ୍ତ କାନ୍ଦେ ରାମନାମ ମନ୍ଦେ
ଖଇ କଉଡିକୁ ନେଇ,
ପଡୋଶୀ ସୁମନେ ଅବିର ମଣ୍ତନେ
ବିଦାୟରେ ସ୍ଥୁଳ ଦେହୀ ॥
ପ୍ରୀତି ପରିବେଶ ହୁଅଇ ପାଉଁଶ
ଦୁଃଖ ପ୍ରଦୀପ ଅନଳେ,
ଯଶ ଗଉରବ ଆଜନ୍ମ ବିଭବ
ନିଦ୍ରିତ ମୁଦ୍ରାରେ ଭାଳେ ॥