STORYMIRROR

Satyanarayan Sahoo ( Neetu )

Tragedy

3  

Satyanarayan Sahoo ( Neetu )

Tragedy

ଉର୍ଦ୍ଧ୍ଵ ବାହୁ

ଉର୍ଦ୍ଧ୍ଵ ବାହୁ

1 min
24


ପାଦତଳେ ମାଟି ଥିଲା

ମଥା ପରେ ଆକାଶ ଓ ଜହ୍ନ ;

ପଲକେ ତ ପ୍ରହେଳିକା-

ଜହ୍ନରାତି ସବୁଜିମା

ସବୁ ଯେ ନିଶ୍ଚିହ୍ନ ll


ଗଛ ଦେହେ ଫୁଲ ଥିଲା, 

ଫୁଲରେ ସୁରଭି,

ସୁରଭିତ ଭ୍ରମର ଗୁଞ୍ଜନ ;

ସବୁ ଥିଲା ସତ କାଲି

ଆଜି ଲାଗେ ଖାଲି ଭ୍ରମ, 

ମିଛ ମିଠାପଣ, ଉଦାସରେ ଭର୍ତ୍ତି

ସ୍ମୃତି- ପଖଳା ସେ ଦିନ II


ଅପଣାର ପାଦେ ମାଟି,

ମଥାଏ ଆକାଶ,

ଅପଣାର ପ୍ରେମାତୁର ମୁଠାଏ ବିଶ୍ୱାସ

ହଜି ଗଲେ କେଡ଼େ ବିବଶ ମଣିଷ !!


ଆଉ ଫୁଲ ଫୁଟାଏନା

ଆପଣା ଭିତରେ,

ସ୍ଵପ୍ନ ଖେଳାଏନା ମନ ଅଗଣାରେ...

ଉଡ଼ନ୍ତା ପ୍ରଜାପତିର ତଣ୍ଟି ଚିପି

ବନ୍ଦୀ କରେ ପୁଣି ପ୍ୟୁପାରେ... 

ହାତ ପାତି ଲୋଡୁଥାଏ ଅନ୍ଧାର-ଆୟୁଷ

ଉଦବାସ୍ତୁ ମଣିଷ ;

ପାଦ ଟିକେ ଥାପିବାକୁ

ଫେରନ୍ତା ପଥରେ

କେଉଁ ଶୂନ୍ୟ ସୋହାଗରେ

ଉର୍ଦ୍ଧ୍ୱ ବାହୁ ହୋଇ

ଢ଼ାଳି ଦିଏ ବଳକା ଆୟୁଷ..... II




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy