କହେ ହିରୋସୀମା,ନାଗାସାକି
କହେ ହିରୋସୀମା,ନାଗାସାକି
କହେ କାନ୍ଦି ହିରୋସୀମା
ପକାଅନା, ପକାଅନା
ଆଉ ପରମାଣୁ ବୋମା । ୧ ।
ନାଗାସାକି କହୁଅଛା
ପରମାଣୁ ବୋମା ଆସି
ଛାରଖାର କରିଅଛି । ୨ ।
ଅଗଷ୍ଟ ଛଅ ତାରିଖ
ଇତିହାସ ଆଜି ଦେଖ
ଆଣିଥିଲା ମନେ ଭୀତ
ସକାଳର ଆଠ ଘଣ୍ଟ ।୩।
ଲିଟିଲ ବୟ ନାମରେ
ହିରୋସୀମା ସହରରେ
ପଡିଥିଲା ଏ ବୋମାରେ । ୪।
ଫେଟ ମେନ ନାମେ ଏକ
ପରମାଣୁ ବିଖଣ୍ଡକ
ନାଗାସାକି କଲା ଶୁଷ୍କ । ୫।
ଦୁଇ ଲକ୍ଷ ନିରୀହର
ବୋମା ହେଲା ଘାତବାର
ଲେଖିଗଲା କ୍ୟାନସର । ୬।
ଆମେରିକା ଶକ୍ତିଶାଳୀ
ନାଗାସାକି ଦେଲା ଜାଳି
>ହିରୋସୀମା ତହୁଁ ବଳି । ୭ ।
ବାହୁବଳେ ଆମେରିକା
ଜାପାନ କୁ ଦେଲା ଧୋକା
ସଂସାର ପାଇଲା ଶିକ୍ଷା । ୮।
ପରମାଣୁ ଲୀଳା ଖେଳା
ଜାଳିଦେଲା ଏକ ଜ୍ବାଳା
ନିରୀହ ଜୀବନ ଗଲା । ୯ ।
ଛାଡ ନାହିଁ ବିଷ ଜ୍ବାଳା
ଆଉ ଖେଳନା ଏ ଖେଳା
ସରିଯିବ ଜୀବ ମେଳା । ୧୦ ।
କାହାକୁ ନେଇ ଜଗତ
ଭାବି ଦେଖ ଆହେ ବିତ୍ତ
ଏକା ହୋଇ, ରହିବ ତ? । ୧୧ ।
ଆହେ ବିଶ୍ବବାସୀ ଶୁଣ
ପରମାଣୁ ଯେ ନ କିଣ
ମିଶି ବିଶ୍ବେ ଶାନ୍ତି ଆଣ । ୧୨ ।
ଶୁଣ ଆହେ ବିଶ୍ବବାସୀ
ତୁମେ ନ ହେଲେ ସାହସୀ
ପରମାଣୁ ଦେବ ଗ୍ରାସ । ୧୩ ।