Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଅଜୟ କୁମାର ବେହେରା

Tragedy

4.3  

ଅଜୟ କୁମାର ବେହେରା

Tragedy

କଳ୍କୀ

କଳ୍କୀ

1 min
90


ଯୁଗେ ଯୁଗେ ହରି ମର୍ତ୍ତ୍ୟେ ଅବତ୍ତରୀ

    ପାପିଙ୍କୁ ବିନାଶ କରି ।

ଧର୍ମ ସଂସ୍ଥାପନେ ଶ୍ରେୟ ଦେଇ ଅଛ

    ଭିନ୍ନ ଭିନ୍ନ ରୂପ ଧରି ।୧।

ତ୍ରେତୟାରେ ରାମ ଦ୍ୱାପରେ ଶ୍ରୀକୃଷ୍ଣ

    ରାବଣ କଂସ ନିମନ୍ତେ ।

କୌଶଲ୍ୟା ଯଶୋଦା ମାତାଙ୍କ କୋଳରେ

    ଜନ୍ମିଥିଲ ଏ ଜଗତେ ।୨।

ବନବାସୀ ହେଲ ପତ୍ନୀ ଭ୍ରାତା ସଂଗେ

    ସୂର୍ଯ୍ୟବଂଶୀ ରଘୁନାଥ ।

ସୀତା ହରଣରେ ରାବଣ ମାରିଲ

   ବାନର ସେନା ସହିତ ।୩।

ଅଷ୍ଟମୀ ତିଥିରେ କଂସ ବନ୍ଦୀଶାଳେ

   ଜନ୍ମିଲ କଳା କହ୍ନେଇ ।

ଗୋପରେ ବଢିଲ ନନ୍ଦ ରାଜା ଘରେ

  ଯଶୋଦା କୋଳରେ ଯାଇ ।୪।

ଗୋପେ ଲୀଳା କରି ଗୋପାଙ୍ଗନା ସଙ୍ଗେ

    ମଥୁରା କଟକେ ଗଲ ।

ଦୁରାଚାରୀ କଂସ ବଂଶ ନାଶ କରି

    ଧର୍ମକୁ ସ୍ଥାପନା କଲ ।୫।

ଏବେ କଳିଯୁଗେ କୋରନା କୋପରେ

    ବିଶ୍ୱ ଆଜି ଥରହର ।

କୋରନା ସହିତ କଳିରେ ରାବଣ

    କରୁଛନ୍ତି ନାରଖାର ।୬।

କଳ୍କୀ ଅବତାର କଳିଯୁଗେ ହୋଇ

   ଧରାକୁ ଓହ୍ଲେଇ ଆସ ।

କଳି ରାକ୍ଷସଙ୍କୁ ବିନାଶ କରିଲେ

  କଳିଯୁଗ ହେବ ଶେଷ ।୭।

ସତ୍ୟ ନ୍ୟାୟ ଧର୍ମ ପ୍ରତିଷ୍ଠା ହୋଇଲେ

    ଆସିଯିବ ସତ୍ୟଯୁଗ ।

କୋରନା ରାବଣ ବିଦା ହୋଇଯିବେ

   ସରିଯିବ ତାଙ୍କ ଭୋଗ ।୮।


Rate this content
Log in