STORYMIRROR

Goutam Mohanty

Tragedy Inspirational

3  

Goutam Mohanty

Tragedy Inspirational

ବାୟା ବସା

ବାୟା ବସା

1 min
125


ସ୍ରଷ୍ଟାଙ୍କ ସୃଷ୍ଟିରେ କ୍ଷୁଦ୍ର ବିହଙ୍ଗମ

ନାମ ତା ବାଇ ଚଢେଇ

ନୀଳ ଆକାଶରେ ଉଡିବୁଲୁଥାଏ

ଖୁସିରେ ଡେଣା ମେଲାଇ


ଛୋଟ ଦେହେ ତାର ବିରାଟ ବୁଦ୍ଧି

ସତେ କି କୁଶଳୀ କାରିଗର

କୁନି ଥଣ୍ଟରେ ତା କାଠି କୁଟା ନେଇ

ରଚିଥାଏ ନୀଡ ଗଛ ଉପର


ବାଆ ବତାସକୁ ନ ଥାଏ ତା ଡର

ନୀଡଟି ତାର କେଡେ ସୁନ୍ଦର

ସକାଳୁ ରୁ ସଞ୍ଜ ଉଡିବୁଲୁଥାଏ

କର୍ମେ ହୋଇ ସେ ସଦା ତତ୍ପର


ରାଗ ହିଂସା ତାର ତିଳେ ମାତ୍ର ନାହିଁ

ବିତରିଥାଏ ସ୍ନେହ ଆଦର

ଛୋଟ ପକ୍ଷୀଟିଏ ହେଲେ ସେ ମଧ୍ୟ

ହୁଏନି କେବେ ଦୁଃଖେ କାତର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy