STORYMIRROR

Satyanarayan Sahoo ( Neetu )

Tragedy

3  

Satyanarayan Sahoo ( Neetu )

Tragedy

ଏକାନ୍ତ ବାସ

ଏକାନ୍ତ ବାସ

1 min
50

ଲଟେଇ ଉଠୁଥିବା

ଜୀବନ ତମାମ ସମ୍ପର୍କର

ଡାଳ, ପତ୍ର, ଲହ, ପିକ

ଏବେ ମୋଡ଼ିମାଡ଼ି ହୋଇ ସଂକ୍ରମିତ;

ଲହଁସି ପଡୁଥିବା କାୟା ଛାୟା

ଛନଛନ ଛବି ମୋର ଆଃ

କେତେ ରକ୍ତାକ୍ତ... ଅସ୍ପଷ୍ଟ.... Il


ଧାର ର ଆଧାର ବି ଛେଦି ଦେଉଛି ଏବେ 

ରକ୍ତର ନଈ !

ବିମୁଗ୍ଧ କଳରବ ବି 

ସନ୍ଦେହର ଦୋଛକିରେ-

ଶୂନ୍ଶାନ୍... ନିର୍ବାକ୍ ବାଟୋଇ ;

ଶ୍ରାବଣରେ ବି ମୁଁ ସବୁଜିମା ରହିତ,     

ଏକାନ୍ତ ବାସରେ ନିର୍ବାସିତ

ବିଫଳ ଆରୋହୀ ll


ପାରୁଛ ଯଦି ପୋଛି ଦିଅ

ମୋ ପ୍ରାଣରୁ ପ୍ରେମର ପରାଗ

ପାରୁଛ ଯଦି ଲୁଟି ନିଅ

ମୋ ଆତ୍ମାରୁ ଆତ୍ମୀୟତା... ଅନୁରାଗ...

ମୁଁ ଏବେ ସଜେଇ ହେଉଛି ଭୋଗିବାକୁ

ନିର୍ମମ ନିଃସଙ୍ଗ 

ଏକାନ୍ତ ବାସର ଭାଗ୍ୟ ll


ବିସର୍ଜି ଦିଅ ମୋତେ

ତୁମ ନିଶ୍ଚିତ ନିରାପଦ ହୃଦୟ ଅଳିନ୍ଦରୁ

ନିଷିଦ୍ଧ କର ମୋତେ

ତୁମ ସ୍ବପ୍ନିଳ-ସବୁଜ-ବଳୟରୁ

ମୁଁ ତ ଦୁଃଖର କବରରେ କବଳିତ ;

ମୁଁ ତ ଏକ ନିଃସଙ୍ଗ ଆରୋହୀ

ଏକାନ୍ତ ବାସରେ ସ୍ଵତଃ ସମାଧିସ୍ଥ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy