STORYMIRROR

Arundhati Jena

Tragedy Inspirational Others

3  

Arundhati Jena

Tragedy Inspirational Others

ମୁକ୍ତି

ମୁକ୍ତି

1 min
71

           

ସ୍ୱାଧୀନତାର ଚଉସ୍ତରୀ ତମ ବର୍ଷର

ଦ୍ୱାରରେ ଅବତୀର୍ଣ୍ଣ ମଣିିଷ      

ହେଲେ ଏବେ ବି ସେ ସ୍ୱାଧୀନତାର  

ଆଦ୍ର ବାୟୁ ନାସିକା ପୁଟରୁ ଅନେକ ଦୂରରେ।

କାହାକୁ ସ୍ୱାଧୀନତା ର ନାମରେ ଅତି ଅଧିକ

ସ୍ୱାଧୀନତା ମିଳିବା ଆଉ କାହାର ପାଦରେ

ପରାଧୀନତାର ସେ ଯନ୍ତ୍ରଣାଦାୟକ ବେଡି

ଆଉ କେତେଦିନ ଯାଏଁ ରହିବ ଯେ ପଡି?

ସେ ଝିଅ ଟିଏ ରାତ୍ରିର ଅନ୍ଧକାରକୁ ସେ

ଏବେବି ଡରୁଛି ଆଉ ଛୋଟ ପୋଷାକ ତ

ଦୂରର କଥା କାରଣ ଶାଢୀରେ ବି ତା'ର

ଶରୀରକୁ ନର ମାଂସ ଲୋଭୀ ରାକ୍ଷାସ ମାନେ

ଟୁକୁଡା ଟୁକୁଡା କରିଦେଇଛନ୍ତି।

କୁହନ୍ତୁ ସେ ଅନେକ ଦିନରୁ ଉତ୍ତର ଚାହେଁ

ତା'ର ସ୍ୱାଧୀନ ଭାରତର ନିବାସୀ ହେବାର

ଅଧୀକାରରେ ସେ ରାତିରେ ବାହାରିବା ଆଉ

ନିଜ ଇଚ୍ଛା ମୁତାବକ ପୋଷାକ ପିନ୍ଧିବା ପାଇଁ

କ'ଣ ସେ ସ୍ୱାଧୀନ ନୁହେଁ?

ସଂକୀର୍ଣ ଚିନ୍ତାଧାରାକୁ ନେଇ ବଞ୍ଚୁଥିବା

ମଣିଷ ମାନଙ୍କୁ ମୋର ଶେଷ ଅନୁରୋଧ

ସେ ଝିଅ ହେଉ ଅବା ହେଉ ବୋହୂ

ହେଲେ ସେ ବି ଚାଖିବାକୁ ଚାହେଁ

ସ୍ୱାଧୀନତାର ସ୍ୱାଦ

ଆଉ ମୁକୁଳିବାକୁ ଚାହେଁ ଯନ୍ତ୍ରଣାଦାୟକ ଜଞ୍ଜିରରୁ

କୁହ କ'ଣ ସେ ଜଞ୍ଜିରକୁ ଛିଣ୍ଡାଇ

ତାକୁ ଉଡିବାକୁ ଦେବ କି ମୁକ୍ତ ଆକାଶର ବିହଙ୍ଗ ସଜେଇ?


   


Rate this content
Log in

Similar oriya poem from Tragedy