STORYMIRROR

Seetaram Dash

Tragedy

3  

Seetaram Dash

Tragedy

ବିଡମ୍ବନା

ବିଡମ୍ବନା

1 min
35

ତମର କି ମନେ ନାହିଁ, ସେ ଦିନର କଥା।

ମୋ ଓଠର ଟିକେ ହସ ପାଇଁ,

କୁହୁଡି କାକର ହେଉ ଅବା ଖରା ବର୍ଷା,

ଆବେଗରେ ଆସୁଥିଲ ଧାଇଁ।


ଛାୟା ପରି ରହୁଥିଲ ପ୍ରତିଟି ମୁହୂର୍ତ୍ତ

କେତେ ସ୍ବପ୍ନ ଦେଖୁଥିଲ ଦିବାରାତ୍ର,

ଇନ୍ଦ୍ରଧନୁ ଆଙ୍କୁଥିଲ ମୋ ମନ ଆକାଶେ

ତୁମ ସାଥେ ସାଥି ହେଲି ଅବଶେଷେ।


ତୁମ ଲୋଡ଼ିବାପଣକୁ ନିଡ଼ କରି,

ଖୋଲା ଆକାଶର ସବୁ ସୁଖ ଛାଡି,

ପାଦରେ ମୁଁ ବାନ୍ଧିଥିଲି ଲୁହାର ଶିକୁଳି।

ଅଜାଣତେ ସାଜିଲି ତୁମ ମନର ମୟୂରୀ।


କେମିତି ବଦଳି ଗଲ ଥରୁଟିଏ କୁହ,

କହି କି ପାରିବ ତୁମେ ସ୍ୱାର୍ଥପର ନୁହଁ?

ତମେ ଅଛ ମୁଁ ଅଛି, ନାହିଁ ସେ ସମୟ,

ଆଖିରୁ ଝରୁଛି ମୋର ଲୁହ ଆଉ ଲୁହ।


ତୁମ ପ୍ରତିଟି ସ୍ୱପ୍ନର ଯେ ଥିଲା ନାୟିକା।

ଆଜି କିନ୍ତୁ କାନ୍ଦି ମରେ ସେ ଏକା ଏକା,

ଅନ୍ଧକାରେ ଥିଲା ପୁଣି ସେ ଦୀପଶିଖା,

ଚଳାପଥେ ଅସରନ୍ତି ଦୁଃଖ ତାର ଲେଖା।


ପ୍ରଶ୍ନଟିଏ କର ତୁମ ଅନ୍ତର ଆତ୍ମାକୁ,

ବୁଝି କି ପାରିଛ ତୁମେ ମୋ ତ୍ୟାଗକୁ।

ନାରୀ ଜନ୍ମର ଏହି ବିଡମ୍ବନା,

ଯନ୍ତ୍ରଣାକୁ କରେ ସେ ନିଜର ଗହଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy