STORYMIRROR

Seetaram Dash

Romance

4  

Seetaram Dash

Romance

ନୀଳ ଜହ୍ନ

ନୀଳ ଜହ୍ନ

1 min
453

ନୀଳ ଆକାଶର ନୀଳ ଜହ୍ନ ତୁମେ,

ଜୋଛନା ବି ତୁମ ନୀଳ।

ତୁମ ନୀଳିମାରେ ଏମିତି ଭିଜିଲି,

ସବୁ ଦିଶେ ଘନ ନୀଳ।


ନୀଳ ନଦୀର ନୀଳ ଜଳ ମଧ୍ୟେ,

ତୁମେ ସତେ ନୀଳ କଇଁ।

ହୃଦୟରେ ତୁମେ ରହିଗଲ ସଦା,

ଅଦେଖା ଐଶ୍ୱର୍ଯ୍ୟ ହୋଇ।


ସୁନୀଳ ଅମ୍ବର, ନୀଳ ପାରାବାର,

ନୀଳ ପୁଣି, ଶଇଳ ଶିଖର ଚୂଡ଼ା।

ତୁମରି ତୂଳୀରେ ଯେତେ ନୀଳ ଦେଲେ,

ଆଉ ଟିକେ ହୁଏ ଲୋଡ଼ା।


ନୀଳ ସରିତର ନୀଳପଦ୍ମ ତୁମେ,

ବଢାଅ ଖାଲି ମୋ ତୃଷ୍ଣା।

ମାଦକତା ଭରେ ମୋ ତନୁ ମନରେ,

ତୁମ ନୀଳ ପଣତର ବାସ୍ନା।


ନୀଳ ନଗରୀର ରାଜଜେମା ତୁମେ,

ତୁମ ହସରେ ସହସ୍ର ଜ୍ୟୋତ୍ସ୍ନା।

ତୁମେ ମୋ ନୀଳିମା, ତୁମେ ମୋ ନୀଳାକ୍ଷୀ,

ତୁମେ ମୋର ଶେଷ ଆଶା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance