STORYMIRROR

Seetaram Dash

Romance

2  

Seetaram Dash

Romance

ମୁଁ ଚାହେଁ

ମୁଁ ଚାହେଁ

1 min
180

ମୁଁ ଚାହେଁ....


ତୁମେ ଏମିତି ସବୁବେଳେ ହସୁଥାଅ

କଣ୍ଟାର ଗହଳି ଭିତରେ,

ଗୋଲାପ ହୋଇ ଏମିତି ବାସୁ ଥାଅ


ମୁଁ ଚାହେଁ....


ନଦୀ ଭଳି ତୁମେ ସଦା ବହୁ ଥିବ

ମୁଁ ତୁମ କୂଳରେ ଗୀତ ଗାଉଥିବି

ତୁମ ଶୀତଳ ଜଳରେ ପାଦ ପଖାଳିବି


ମୁଁ ଚାହେଁ.....


 ଯେବେ ମୁଁ ଜଳିବି ବିରହ ନିଆଁରେ

 ଭିଜାଇବ ତୁମେ ପ୍ରେମ ବାରିଧିରେ

 ଇନ୍ଦ୍ରଧନୁ ଅଙ୍କା ହେବ ଆମ ମନ ଆକାଶରେ


ମୁଁ ଚାହେଁ.....


ଆଖିରେ ଆଖିଏ ସ୍ୱପ୍ନ ନେଇ,

ମୁଁ ଶୋଇ ଯିବି ତୁମରି କୋଳରେ

ସବୁ ସ୍ବପ୍ନକୁ ସତ କରି, ତୁମେ ଆସୁଥିବ ଜନ୍ମ ଜନ୍ମାନ୍ତରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance