STORYMIRROR

Seetaram Dash

Romance Fantasy

2  

Seetaram Dash

Romance Fantasy

ନିସ୍ତବ୍ଧ ରାତିର ଲେଖକ

ନିସ୍ତବ୍ଧ ରାତିର ଲେଖକ

1 min
123


ରାତିର କବି ମୁଁ ଯେ,

  ଲେଖି ଚାଲେ ରାତିରେ କବିତା।

ରାତି ବଢେ, ତାତି ବଢେ,

   ଖୋଜେ ମୁଁ ମୋ ସ୍ବପ୍ନର ଇଲାକା।


କିଏ ସେଇ ନାୟିକା,

   ମନ ଖୋଜେ ଏକା ଏକା।

ରାତିର ଅନ୍ଧକାରରେ,

   ପ୍ରିୟା ନା, ସେ ପ୍ରହେଳିକା।


ରୂପର ରୂପସି ସିଏ,

  ମୋ ମନ ନାୟିକା

ଉଜାଗରେ ଲେଖି ଚାଲେ,

   ତା ପାଇଁ କବିତା।


ହୃଦୟରେ ରଖିଥାଏ,

  ତା ସୁନ୍ଦର ରୂପ।

ତା ପାଇଁ ମୁଁ ଲେଖୁଥାଏ,

  ଅସରନ୍ତି ଗଳ୍ପ।


ମୋ ସପନ ରାଣୀ ସିଏ,

   ଅଧୀର ଚପଳା।

ସାରସ୍ୱତ କାହାଣୀର,

   ଶବ୍ଦ କଳ୍ପ ମାଳା।


ରାତି ସରେ କଥା ସରେ,

ସରେ କାଳି ଲେଖନୀ ମୁନରୁ।

ଉଷାର ଆଲୋକେ ପ୍ରିୟା,

ଚାଲିଯାଏ କଳ୍ପନା ରାଜ୍ୟରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance