STORYMIRROR

Seetaram Dash

Romance

2  

Seetaram Dash

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
49


ସ୍ନେହ ମମତାର ପବିତ୍ର ବନ୍ଧନ,

    କେମିତି ପାରିଲ ଭୁଲି।

ହୃଦୟ କୁ ମୋର ଭସ୍ମୀଭୂତ କରି

   ଦୂରେ ଗଲ ତୁମେ ଚାଲି।


ପ୍ରତୀକ୍ଷାକୁ ମୋର ଦେଲ ପ୍ରତାରଣା,

    ପାଇଲି ଏମିତି ଶିକ୍ଷା।

ଅବ୍ୟକ୍ତ ବେଦନା ଅସହ୍ୟ ଯନ୍ତ୍ରଣା,

   ଜଳେ ହୋଇ ଅଗ୍ନି ଶିଖା।


ଭୁଲିବାକୁ ଆଜି ଯେତେ ଚେଷ୍ଟା କଲେ,

    ପାରୁନି ତୁମକୁ ଭୁଲି।

ଅବୁଝା ପ୍ରିୟାକୁକୁ କେମିତି କହିବି,

    ମୁଁ ପାଗଳ ପ୍ରେମିକ ଥିଲି।


ଜହ୍ନ ରହିଥାଏ ଦୂର ଆକାଶରେ,

  ଚାହିଁ ରହିଥାଏ କଇଁ।

ତୁମ ଅପେକ୍ଷାରେ ରହିଛି ରହିବି,

 ଜନ୍ମ ଜନ୍ମାନ୍ତର ପାଇଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance