STORYMIRROR

Seetaram Dash

Romance

3  

Seetaram Dash

Romance

ପ୍ରଣୟ ସଙ୍ଗୀତ

ପ୍ରଣୟ ସଙ୍ଗୀତ

1 min
174

ଦେବୀ ଭଳି ଲାଗେ ଆଜି ତୁମ ମୁହଁ 

ଦେବୀ ନା ମାନବୀ ତୁମେ ଥରୁଟିଏ କୁହ।


ପ୍ରକୃତରେ ତୁମେ ଯଦି ଦେବୀ ହୋଇଥିବ 

ଦେବା ପାଇଁ ଏ ପାପୀର କିଛି ଯେ ନଥିବ 

ରକ୍ତ ମାଂସ ଶରୀରେ ତୁମେ ଯଦି ଗଢ଼ା 

ମୋ କବିତା ତୁମ ପାଇଁ ହେବନି ଅଲୋଡା।


କବିତାର ପ୍ରତି ଶବ୍ଦେ ତୁମେ ହିଁ ତ ଥିବ 

ସପନରେ ଆସି ମତେ ଛୁଇଁ ଦେଇ ଯିବ।

ତୁମ ଛୁଆଁ ଖୋଜେ ମୁହିଁ କବିତା ବାହାରେ

ଆଶ୍ଵିନର ଅପରାହ୍ନେ ହାତ ପାହାନ୍ତାରେ।


ମୋ ହାତରେ ଥିବ ତୁମ ଶାଢୀର ପଣତ 

ଗୁଣୁଗୁଣୁ ଗାଉଥିବି ପ୍ରଣୟ ସଙ୍ଗୀତ।

ନୀଳ ସରୋବରେ ତୁମେ ନୀଳ କଇଁ 

ଦିନ କଟୁଥାଏ ମୋର ତୁମ ମୁହଁ ଚାହିଁ।


ମନର କାନନେ ତୁମେ ମଧୁଝରା ପୁଷ୍ପ 

ତୁମ ପାଖେ ଥିବ ସଦା ଏ ଦୁଷ୍ଟ ମଧୁପ।

ଆସ ସଖି ଆସ ପ୍ରିୟା ଦୂରେ ଯାଅ ନାହିଁ 

ସଦା ରହିଥିବି ତୁମ ପାଖେ ଛାଇ ହୋଇ।


ପୃଥିବୀଟା ଲାଗୁଥିବ ରମ୍ୟ ଉପବନ 

ମିଳନର ମାଧୁର୍ଯ୍ୟରେ ଭିଜୁଥିବ ତନୁମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance