STORYMIRROR

Seetaram Dash

Romance

3  

Seetaram Dash

Romance

ସାଥିରେ

ସାଥିରେ

1 min
47

ହୃଦୟରେ ଅଛ ତୁମେ,

ଅଛ ପୁଣି ମୋ ମନ ମନ୍ଦିରେ।

ତୁମ ପାଇଁ ଜାଳେ ଦୀପ,

ମୁଁ ସଞ୍ଜ ସକାଳେ।


ଭାବନାରେ ଅଛ ତୁମେ,

ଅଛ ପୁଣି ଅଭୁଲା ସ୍ମୁତିରେ।

ତୁମକୁ ମୁଁ ଦେଖୁଥାଏ,

ମୋ ପ୍ରତି କବିତାରେ।


ଶ୍ରାବଣରେ ଅଛ ତୁମେ,

ଅଛ ପୁଣି ଫୁଲ ଫଗୁଣରେ।

ତୁମ ସହ ଭେଟ ହୁଏ,

ପାହାନ୍ତି ସ୍ୱପ୍ନରେ।


ତୁମେ ଛାୟା ତୁମେ କାୟା,

ତୁମେ ମୋ ଜୀବନ।

ତୁମ ପାଇଁ ସମର୍ପିତ,

ମୋର ମନ ପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance