STORYMIRROR

Seetaram Dash

Abstract

2  

Seetaram Dash

Abstract

ତୁମ ଭଳି କିଏ ହେବ

ତୁମ ଭଳି କିଏ ହେବ

1 min
141

ତୁମ ପରି ଆଉ କିଏ ଅଛି ମୋର,

କାହାକୁ ପାଇବି ଭଲ।

ଏତେ ସ୍ନେହ ଶ୍ରଦ୍ଧା ଦେଇଛ ଗୋ ତୁମେ,

କି ଦେବି ତାହାର ମୂଲ।


କାଲି ଥିଲ ତୁମେ ଅଜଣା ଅଶୁଣା,

ଆଜି ମୋ ପିଣ୍ଡର ପ୍ରାଣ।

ତୁମ ପାଇଁ ଆଜି ହସିବା ଶିଖିଛି,

କାଚକୁ କଲ କାଞ୍ଚନ।


ସ୍ନେହ ମମତାର ଗନ୍ତାଘର ତୁମେ,

ସରଗର ପାରିଜାତ।

ମନ ଆଇନାରେ ତୁମ ଛବି ସଦା,

ହେଉଥାଏ ଆତଯାତ।


ତୁମ ପାଇଁ ଆଜି ଭାବୁକ ସାଜି,

ଭାବନାରେ ଯାଏ ହଜି।

ଖୁସିର ବରଷା ଆକାଶରୁ ହୁଏ,

ଖୁସିରେ ଯାଏ ମୁଁ ଭିଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract