STORYMIRROR

Seetaram Dash

Abstract

2  

Seetaram Dash

Abstract

ମଦ ରାକ୍ଷସ

ମଦ ରାକ୍ଷସ

1 min
2.7K


ଦୁର୍ଘଟଣା ଦୁରାଚାର ଦାରିଦ୍ର୍ୟ ଦୁର୍ନୀତି,

ନିଶାର ପ୍ରଭାବରେ ଏସବୁ ର ସୃଷ୍ଟି।


ମା କାନ୍ଦେ ସ୍ତ୍ରୀ କାନ୍ଦେ କାନ୍ଦୁଛି ଭଉଣୀ,

ମଦ ପାଇଁ ଏତେ ସବୁ କରୁଣ କାହାଣୀ।


ଶିକ୍ଷା ନାହିଁ ସ୍ୱାସ୍ଥ୍ୟ ନାହିଁ ନାହିଁ ଯେ ଆହାର

ଗାଁ ଗଣ୍ଡା ସହରରେ ମଦର ଭଣ୍ଡାର।


ମଦର କୁପରିଣାମ ମଦୁଆ କି ଜାଣେ!

ନିଶାଗ୍ରସ୍ତ ପୁଅ ଆଜି ମାକୁ ବି ହାଣେ।


ରାଜ୍ୟ ବାସୀଙ୍କୁ ମିଳେ ନାହିଁ ଅନ୍ନଜଳ

ରାଜସ୍ୱ ପାଇଁ ଏଠି ହୁଏ ମଦର ପ୍ରସାର।


ବିକଳ୍ପ ନୁହେଁ, ସେ ସବୁ ସମସ୍ୟାର ମୂଳ।

ସୁନ୍ଦର ଓଡ଼ିଶା ହୋଇଯିବ ରସାତଳ।


ଆସ ଭାଇ ଆସ ବନ୍ଧୁ ରାଜ ରାସ୍ତାକୁ ଯିବା

ସଂକଳ୍ପ କରି ଆଜି ମଦକୁ ରୋକିବା।


ବାଜିଲାଣି ତୂରୀ ଭେରୀ ବାଜେ ଶୁଭ ଶଙ୍ଖ

ବଦଳିବ ଆମ ଗାଁ, ବଦଳିବ ଆମ ଦୁଃଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract