STORYMIRROR

Seetaram Dash

Romance

4  

Seetaram Dash

Romance

ଗୋଲାପି ହସ

ଗୋଲାପି ହସ

1 min
404


      ଗୋଲାପୀ ଗାଡି ଗୋଲାପୀ ଶାଢ଼ୀ,

      ଶାଢୀରେ ଫୁଟିଛି ଗୋଲାପ କଢି ।


      ଗୋଲାପ ଫୁଲ ତୋ ପାଇଁ ଭଲ,

      ଜୁଇ ଯାଇ ନୁହେଁ ତା ସମତୁଲ।


      ରୂପରେ ଭରା ରୁପା ଚାନ୍ଦିନୀ,

      ଚନ୍ଦ୍ରବଦନୀ ତୁ ହେମାଙ୍ଗିନୀ।


      ଚଞ୍ଚଳ ଆଖି ଚପଳ ଛନ୍ଦା,

      ମନମୋହିନୀ ଅଳକାନନ୍ଦା।

     

      ରୂପର ରାଣୀ ତୁ ରୂପମ୍ବିକା,

      ଚାରୁ ହାସିନୀ ଚନ୍ଦ୍ର ମଲ୍ଲିକା।

       

      ହସରେ ତୋର ଗୋଲାପ ବାସେ,

      ବିନା ବସନ୍ତେ ମଳୟ ଆସେ।


      ରୂପ ସଙ୍ଗେ ତୋର ଗୁଣ ସରସ,

      ମନ କିଣେ ତୋ ସେ ମଧୁର ଭାଷ।

   

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance