STORYMIRROR

LALIT MOHAN DASH

Comedy Romance Tragedy

4  

LALIT MOHAN DASH

Comedy Romance Tragedy

ଜନ୍ମଦିନ

ଜନ୍ମଦିନ

1 min
308


ପ୍ରତି ସକାଳୁ ବିହ୍ବଳ ହସମାନେ

ବତୁରୁ ଥାଆନ୍ତି ଲୁହର ଝିପି ଝିପିରେ,

କଙ୍କ୍ରିଟ୍ ଫଟେଇ ଗୁଜୁରୁ ଥିବା

ସପନ ସନ୍ତୁଳି ହେଉଥାଏ

ଜଘନ୍ୟ ଜିଜିବିଷାର

ଘାତକ ଖୁରାରେ।

କ୍ଷଣୁ କ୍ଷଣ ମୁ ପାଶେଇ ଆସିଲେ

ତୁ ଦୂରଉ ଥାଉ,

ତୁ ପାଶେ ଥିଲେ

ଯୋଜନ ଯୋଜନ ଦୂରରେ

ଥାଏ ମୋର ପ୍ରାର୍ଥନାର ହାତ।

ଆଉ କିଏ ଏତେ ଘାରି ପାରେ

ସାଥ୍ ବି ବାଦ୍ ବି

କିଏ ଏତେ ଦାହି ପାରେ ଦଂଶିପାରେ,

କିଏ ଏତେ ମୋହିପାରେ

ମାତାଲ୍ କରିପାରେ !

ଆଜନ୍ମ ନିଶାଚୁର

ତୋ ପ୍ରେମର ମଦିରାରେ,

ମୁଁ ଦେଖି ପାରେ ନାହିଁ

ଆତ୍ମାର ପୋଡ଼ା ଦାଗ

ଦେହ ହାତର କ୍ଷତ

ତୋ ପଛରେ ଧାଁ ଦଉଡରେ

ଛିଣ୍ଡିଥିବା ଆଣ୍ଠୁ ଗଣ୍ଠିରୁ ନିଗୁଡୁଥିବା

ଅନାଥ ରକ୍ତ ମାନଙ୍କୁ।

ମୁଁ ଭୋଗୁଥିବା ଜର୍ଜର ନିଃଶ୍ବାସ

ମୁଁ ଶୁଙ୍ଘୁଥିବା ନାରକୀୟ ବିଶ୍ବାସ ମାନଙ୍କୁ

ପୁଛା କରି ନାହିଁ

କିଏ ପ୍ରାଣଘାତୀ ବେଶୀ

ଲହ ଲହ ମରଣ

ନା ଡ଼ହ ଡ଼ହ ଜୀବନ।

କିଏ କେତେ ବାରଣ କରିବ କରୁ

ମୋ ନାଁ ରେ ମରଣର ଫତଓ୍ବା ଆଣୁ

ମୁଁ ଆଜି ପୁଣି ଘୋଷିବି

ତୋର ଅଜେୟ କୀର୍ତ୍ତୀମାନ

ତୋ ଆଡ଼କୁ ବଢେଇ ଥିବା

ମୋ'ର ପରାଜୟର ପାଦ

ହେଉ ମୋର ବିଜୟ ତିଳକ।

ପ୍ରତିକ୍ଷଣ ପଥର ତଳୁ

ମୋର ଚାପି ହୋଇ ଥିବା

ମୋହଗ୍ରସ୍ତ ପ୍ରେମ

ମୁଣ୍ଡ କାଢୁଥାଉ ,ବରଣ କରୁଥାଉ

ଅଜସ୍ର ମରଣ ପ୍ରତିକ୍ଷଣ।

ସହସ୍ର ମରଣ ମୁହଁରୁ ମୁକୁଳି ଆସୁ

ଜୀଇବାର ମଧୁମୋହ

ସବୁଦିନ ହେଉ ନୂଆ ଦିନ

ସବୁ କ୍ଷଣ ଜନ୍ମକ୍ଷଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy