ପର୍ବ ପର୍ବାଣି
ପର୍ବ ପର୍ବାଣି
1 min
319
ପର୍ବ ପର୍ବାଣି ଓଡିଆ ଘରେ
ବଢିଆ ଭାବେ ପାଳେ
ଆମ ସଂସ୍କୃତି ପରମ୍ପରା ଟି
ଦୀପାଳୀ ହାତେ ଜଳେ।
ଶୂଭ କାମନା ମନେ ବାସନା
ସବୁରି ଭଲ ପାଇଁ
ବାରମାସରେ ତେର ପରବ
ମନରେ ଖୁସି ଦେଇ ।
କରମ ମୟ ଜୀବନ କାଳେ
ଟିକିଏ ଶାନ୍ତି ମିଳେ
ଖୁସି ମନାଇ ହସଭରିଲେ
ଖୁସିର ଫଳ ମିଳେ।
ପର୍ବ ପର୍ବାଣି ମହତବାଣୀ
ପୁରାଣ ପାଠ ଆମ
ଧନ୍ୟ ଆମର ଜନମ ମାଟି
ତା ପାଦେ କୋଟି ପ୍ରଣାମ ।
