STORYMIRROR

LALIT MOHAN DASH

Comedy Romance Tragedy

4  

LALIT MOHAN DASH

Comedy Romance Tragedy

ମୋ ଗାଆଁ ହସୁଛି

ମୋ ଗାଆଁ ହସୁଛି

1 min
317

ଗାଆଁ ବିଲ ବଣ ପୋଖରୀ ଓ ଘାଟ

ସବୁଠୁ ନିଆରା ଲାଗୁଛି,

ମଳୟ ପବନ ମନଭୁଲା ଗୀତ

ସବୁ ମାଦକତା ଭରୁଛି ।।

ବିଭା ବ୍ରତ ଆଉ ପୁଆଣି ଉତ୍ସବେ

ସଭିଏଁ ନାଚନ୍ତି ଖୁସି ରେ,

ଭାଇଚାରା ଭାବ ଆପଣା ପଣିଆ

ସବୁ ମିଳେ ଛୋଟ ଗାଁରେ ।।

କୁଆଁର ପୁନିଅଁ ରଜ ଉତ୍ସବ ରେ

କୁମାରୀ ମାନଙ୍କ ମେଳରେ,

ଗାଆଁ ଦାଣ୍ଡ ଆମ ଭରାଭରା ଲାଗେ

ବଉଳବେଣୀ ର ଗୀତରେ ।।

ଗ୍ରାମ ଦେବୀ ଆଉ ମଠ ଓ ମନ୍ଦିର

ଶୋଭା ବଢ଼ାଏ ମୋ ଗାଆଁ ର,

ସକାଳ ସଞ୍ଜ ର ଆଳତୀ ବେଳା ରେ

ଧର୍ମ ଭାବେ ହସେ ଗାଁ ମୋର ।।

ଗାଆଁ ର ସମସ୍ୟା ସମାଧାନ ହୁଏ

ଗ୍ରାମ ପଞ୍ଚାୟତେ ଆମର,

ରାଗ ରୁଷା ଆମେ ଭୁଲିଯାଉ ପୁଣି

ଘଟିଥିଲା ଯାହା ଆଗର ।।

ପଖାଳ ପାଣି ରେ ଜୀବନ ଟି ଗଢା

ଆମେ ଯେ ଗାଉଁଲି ମଣିଷ,

ଛନ୍ଦଫନ୍ଦ କିଛି ବୁଝି ଯେ ପାରୁନା

ଓଠେ ଥାଏ ଆମ ଖୋଲା ହସ ।।

ବାଡ଼ି ଶାଗ ମୁଗ ଆମ ପ୍ରିୟ ଖାଦ୍ୟ

ମନଟି ଆମର ସରଳ,

ଆମ ମନ ବୁଝି ବନ୍ଧୁଟିଏ ହେଲେ

ତା ପାଇଁ ପିଇବୁ ଗରଳ ।।

ବଦଳିଛି ସିନା ଚାଲି ଓ ଚଳଣୀ

ଯୁଗ ସାଥେ ତାଳ ଦେଇକି,

ଆମ ମନ କିନ୍ତୁ ପୂର୍ବ ପରକାର

ରହିଛି ରହିବ ସେମିତି ।।

ପ୍ରେମ ପ୍ରିତି ଭାବେ ଥିଲୁ ଅଛୁ ଥିବୁ

ଗାଁ ଆମ ଯେତେ ଦିନ ଅଛି,

ସରଳ ସୁନ୍ଦର ସାବଲୀଳ ଭାବେ

ମୋ ଗାଁ ମନଖୋଲି ହସୁଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy