STORYMIRROR

LALIT MOHAN DASH

Comedy Romance Tragedy

4  

LALIT MOHAN DASH

Comedy Romance Tragedy

ସକାଳ ପ୍ରଣତି ଘେନ

ସକାଳ ପ୍ରଣତି ଘେନ

1 min
368


ସକାଳ ପ୍ରଣତି ଘେନ

ହେ ନାଥ

ଅନ୍ଧାର ଏ ଜୀବନ ପଥ

ପଥ ପ୍ରଦର୍ଶକ ହେ ଜଗନ୍ନାଥ।

ଦିବ୍ୟ ଜ୍ୟୋତି ରେ ଲାଘବ

କର ତାମସାଛହ୍ନ ପଥ

ମଧୁର ବଂଶୀର ମୂର୍ଚ୍ଛନା ରେ

ହେଉ ଜୀବନ ଆନନ୍ଦିତ

ତୁଳସୀ ଦୟଣା ବାସରେ କର

ଜୀବନ ସୁଗନ୍ଧିତ

ଛାର ମାନବ ତୁମ ଦୟାରେ ଜୀବନ

ତୁମ କରୁଣା ରେ ହେଉ ଜୀବନ ମଧୁମୟ।

ପୁଲକିତ କର ସଂସାର କୁ ତୁମର

ରଙ୍ଗ ଅଧର ରୁ ଦିଅ ଟିକେ ହସ ତୁମର

ଝରିପଡୁ ଖୁସି ତୁମ ଛଡ଼ା ଫୁଲ ପରି

ସବୁରି ପାପୁଲି ରେ

ଏତିକି ଗୁହାରି ଅଧମାର ଛାମୁରେ।

 ଦ୍ୱନ୍ଦ ଜୀବନକୁ କରି ଦିଅ ସରଳ

 ମଣିଷ ମନରୁ କାଢ଼ି ନିଅ ଗରଳ..

 କାଳିୟ ଦଳନ କରି ଥିଲ ଯମୁନା ରେ

 କୋଟି ବସ୍ତ୍ର ଦେଇଥିଲ କୁରୁ ସଭାରେ

 ମୃଗୁଣୀ କୁ ଉଦ୍ଧାର କଲ ପ୍ରଭୁ ବନରୁ

 ଗଜ ଉଦ୍ଧାରଣ କଲ ତୁମେ ଜଳରୁ

 ସେଇ ପ୍ରଭୁ ନୁହେଁ କି ତୁମେ

 ଯାହାଙ୍କ ବଂଶୀ ରେ ଜଗତ ନାଚେ।

 ଚକ୍ର ପେଶି ନାଶ କରି ପାପି କୁ

 ଶ୍ରହରି ନାମ ତୁମର ଯୁଗ ଯୁଗ କୁ

 ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୂରାରୀ

 ପାପି ସଂହାରି ସନ୍ଥ ତାରିବା ଧର୍ମ ତୁମରି

  ଭକତ ଆଖିର ଲୁହରେ ତୁମ ସିଂହାସନ

  ହୁଏ ଟଳମଳ..

  ଭକତ ପାଇଁ ଯୁଗେ ଯୁଗେ ହାତ ଲମ୍ବି

  ଯାଏ ତୁମର।

  ହେ ଦୀନ ବାନ୍ଧବ ହେ ରାଧା ରମଣ

  ମାୟାରେ ବାନ୍ଧିଲ ପ୍ରାଣୀ ଙ୍କ ଜୀବନ

  ହେ ମାୟାଧର ପ୍ରଭୁ ନାରାୟଣ

  ଆସିଛ କଳିରେ ଧରି ଦାରୁବ୍ରହ୍ମ ରୂପ

  ସେ ରୂପକୁ କରେ କୋଟି ଦଣ୍ଡବତ।

  ତୁଣ୍ଡ କହୁ ଥାଉ ତୁମ ନାମ ଶ୍ରୀ ଜଗନ୍ନାଥ

  କ୍ଷମାର ସାଗର କ୍ଷମିବ ଦୋଷା ଦୋଷ

  ନୀରବ ଜୀବନ କୁ ଚଳଚଞ୍ଚଳ କର

 ପ୍ରାଣ ହେଉ ପୁଲକିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy