Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ଚକୁଳିଆପଣ୍ଡା ଗୀତ (ଛାଡ଼ଖାଇ)

ଚକୁଳିଆପଣ୍ଡା ଗୀତ (ଛାଡ଼ଖାଇ)

1 min
365


ଧରମ ମାସଟି ଭଲେଭଲେ ଗଲା ଭାଇ

ଭଲ ବାର ପଡ଼ି ଅଛି ଆଜି ଛାଡ଼ ଖାଇ l


ପୁଜି ଦାମୋଦର ପଢ଼ି ଗୀତା ଭାଗବତ

ପଞ୍ଚୁକ ପାଳିଲୁ ସାଥେ ଏକାଦଶୀ ବ୍ରତ l


ରାଇ ଦାମୋଦର ବ୍ରତ ପୂଜା ନାରାୟଣ

କାର୍ତ୍ତିକ ମାସେ କରିଲୁ ପୁଣ୍ୟ ଅରଜନ l


କଥା ରହିଅଛି ବକେ ନ ଖାଆନ୍ତି ଆମିଷ

ଆମିଷ ଖାଇବ କିଆଁ ବୁଦ୍ଧିଆ ମନୁଷ୍ୟ l


ମାସଟା ଯାକ ଦାନ୍ତରେ ତୁଳାକୁ ଲଗାଇ

ପାଟି ଆମ୍ବିଳ ହେଇଛି ହବିଷ୍ୟାନ୍ନ ଖାଇ l


ବାରଟା ପଡ଼ିଛି ଆଜି ଭଲେ ବୁଧ ବାର

କୁକୁଡ଼ା,କଙ୍କଡ଼ା,ଛେଳି ନଯିବେ ନିସ୍ତାର l


ଏମନ୍ତେ ବିଚାରି ହବିଷ୍ୟାଳି ଧର୍ମ ଅର୍ଥୀ

ଥଳି ଧରି ବଜାରକୁ ଖରେ କଲେ ଗତି l


ଏକାଳେ ଧରମ ବାଣୀ ହେଲା ଶୁଣଶୁଣ

କାର୍ତ୍ତିକେ କରିଲ ଯେତେ ପୁଣ୍ୟ ଅରଜନ l


ବାରବର୍ଷ ତପ ଯିବ ଶୁଖୁଆ ପୋଡ଼ାରେ

ପଡ଼ିବଟି ଯାଇ ସର୍ବେ ରୋୖରଵ ନର୍କରେ l


ଗରମତେଲ କଡ଼ାରେ ପଡ଼ି ଭଜା ହେବ

ଶୁଖୁଆ ପୋଡ଼ି ଖାଇବା ମଜା ଛାଡ଼ିଯିବ l


କାର୍ତ୍ତିକ ଯାଇଛି ମାର୍ଗଶୀର ସୁରୁ ହେଲା

ଆମିଷ ନ ଛୁଇଁ, ପୂଜ ପଦ୍ମିନୀ, କମଳା l


ଆମିଷ ଛୁଇଁଲେ ବାବୁ ଲକ୍ଷ୍ମୀଛଡ଼ା ହେବ

ବାର ଦ୍ୱାରେ ବୁଲୁଥିଲେ ଭିକ୍ଷା ନମିଳିବ l


ଲକ୍ଷ୍ମୀ ପୁରାଣର କଥା ଶୁଣିଥିବେ ମାଆ

କିଦଶା ହେଲା ଠାକୁର ଜଗା ଓ ବଳିଆ l


ଧର୍ମବାଣୀ ବୋଲି ଗାଇ ଚକୁଳିଆ ପଣ୍ଡା

ଭିକ୍ଷାଦିଅ ମାଆ ଏବେ ତାତିଲାଣି ହଣ୍ଡା l


ପଣ୍ଡା ପୁଅ ଥଣ୍ଡା କଥା ମନେ ରଖିଥାଅ

ଦୟା ରଖି ଥିବେ ପ୍ରଭୁ କରୁଣା ଆଳୟ l

          


Rate this content
Log in

Similar oriya poem from Comedy