STORYMIRROR

MADHU MITA

Comedy

4  

MADHU MITA

Comedy

ପତି ହେ ମୋର ପରମ ଈଶ୍ୱର

ପତି ହେ ମୋର ପରମ ଈଶ୍ୱର

1 min
359


ଏତେ କଷ୍ଟ କରି ଶେଯରୁ ଉଠିଲ

ଚାହା କପେ ଆଣି ଦେବି କି ?

ରାତି ସାରା ଶୋଇ ଥକି ଯାଇଅଛ

ଗୋଡ଼ ହାତ ମୋଡ଼ି ଦେବି କି ।

ଚଉକିରେ ବସି ପିଅନକୁ ଡାକି

ପାନ ଚାହା କହି ଦେବ କି ।

ହସ କଉତୁକେ ସାଙ୍ଗ ସାଥୀ ସହ

ତୁମେ କେବେ କର ଖଟି କି ?

ତଥାପି ସନ୍ଧ୍ୟାରେ ଘରକୁ ଆସିଲେ

କେତେ ଥକିଯାଅ ସତେ କି !

ପାଣି ଗିଲାସେ ତ ଆଣି ନାହ କେବେ

ବାକି କାମ ତୁମେ କର କି ?

ପିଲାଛୁଆ ଘର ଜଞ୍ଜାଳ ସମ୍ଭାଳି

ମୋ ପାଇଁ ତ ସବୁ ସହ କି ।

ଦୁନିଆ ସାରାର ଭାର ମୁଣ୍ଡାଇଛ

ସତେ ମୋ ହାତଟି ଧରି କି ।

ଦିନ ସାରା ଖଟି ବସି ପାରେନା ମୁଁ

ତଥାପି ତ ଦିଏ ହସିକି !

ପ୍ରେମେ ଯେବେ କୁହ କଣ କରୁଥିଲ

ଦିନ ସାରା ଘରେ ବସିକି ?

ରବିବାର ଛୁଟି ପୂଜା ଦିନ ଛୁଟି

ସେଦିନ ଟିକେ ବି ହଲ କି !

ଖରା ବର୍ଷା ଶୀତ କେବେ ତ ବସିନି

ମୋ କଥା ସତରେ ଭାବ କି !

ବରଷକେ ଥରେ କିଣିଦେଲେ ଶାଢୀ

କେତେ କଥା ତୁମେ କୁହ କି !

ଓଷା ଓପାସରେ ଭୋକରେ ଥିଲେ ବି

ଆଡ ଆଖିରେ ଚାହଁ କି !

ତଥାପି ତୁମେ ତ ପରମ ଈଶ୍ଵର

କେତେ ଯେ ମୋ ପାଇଁ ଖଟ କି ?

ଯାହା ଆଣିଥାଅ ସବୁ ଖାଇଯାଏ

ତୁମକୁ ଟିକେ ବି ଦିଏ କି ?



Rate this content
Log in

Similar oriya poem from Comedy