STORYMIRROR

Nrusingha Narayan Tripathy

Comedy Inspirational Others

4  

Nrusingha Narayan Tripathy

Comedy Inspirational Others

ମୁଣ୍ଡବିନ୍ଧା

ମୁଣ୍ଡବିନ୍ଧା

1 min
242


ମୋ ମୁଣ୍ଡ ବିନ୍ଧିଲା କଲ ବଲ କଲା

ଅସମ୍ଭାଳ ଅସମ୍ଭାଳ

ମାଆଲୋ ବୋଉଲୋ ବୋଉଲୋ ମାଆଲୋ

ମୁଣ୍ଡକୁ ମୋର ସମ୍ଭାଳ l


ଭଲ ଲାଗୁ ନାହିଁ  ମନ ଭଲ ନାହିଁ

ମୁଣ୍ଡ ବିନ୍ଧେ ଟାଇଁ ଟାଇଁ

ନିଦ ଆସୁ ନାହିଁ ଖୁସି ଲାଗୁ ନାହିଁ

କଷ୍ଟେ କାନ୍ଦେ କଇଁ କଇଁ l


ନିରଶ ଜୀବନ ଉଦାସର ପ୍ରାଣ

ଭୋକ ନାହିଁ ପୂର୍ଣ୍ଣ ପେଟ

ହତାଶ ହତାଶ ସଦା ଅବଶୋଷ

ବିନ୍ଧେ ମୁଣ୍ଡ ପାଇଁ ପେଟ l


ଗ୍ୟାସତ ହୋଇଛି ବଇଦ କହିଛି

ଅଣ୍ଟାସିଡ଼ି ନିତି ଖାଉଛି

 କେଜାଣି କାହିଁକି ମୁଣ୍ଡତ ବିନ୍ଧିକି

ନିଦକୁ ହଜେଇ ଦେଉଛି l


ଚିଡି ଚିଡି ମୋର ଗରମ ଖପର

ବିରି ବିରି ସଦା ହେଉଛି

ଛି ଛି ଛି କରିକି ରାଗିକି ପାଚିକି

ମୁଣ୍ଡକୁ ଟିଣ କରିଛି l


ସିଏ ପାଇଗଲା ଇଏ କରିଦେଲା

ମୁହିଁଯେ ଅଟେ ନିକମା

ଭାବି ଚିନ୍ତି ମୁଇଁ ମୁଣ୍ଡେ ବୋଝେ ନେଇଁ

କୋଡ଼ିଆ ପଣେ ଅକର୍ମା l


ଅସୂୟା ଭାବନା  କରେ ବାଟ ବଣା

ମୁଣ୍ଡର ବିନ୍ଧା କାରଣ

କେ କାଇଁ ଜାଣିବ ଅସଲ ଲକ୍ଷଣ

ହେବ ରୋଗ ନିବାରଣ ll


ଛାଡ଼ ତୁଳନାକୁ କର୍ମେ ଜୀବନକୁ

ଆପଣାଅ ସଦା ମନେ

ମୁଣ୍ଡ ବିନ୍ଧା କେବେ ଆସିବନି ପାଖେ

ବଞ୍ଚିବା ଆମେ ସମ୍ମାନେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy