STORYMIRROR

Alaka Nanda

Comedy

4  

Alaka Nanda

Comedy

ପରୀ କାହାଣୀ

ପରୀ କାହାଣୀ

1 min
267

ପରୀ ଟିଏ ଦିନେ ଆସିଲା କାହୁଁ,

ପାଖରେ ବସିଲା ମୁଁ ଚାହୁଁଚାହୁଁ।


ହାତ ମୋର ନେଲା ତା ହାତରେ,

ବସେଇଲା ମତେ ତା ଡେଣା ପରେ।


ଉଡିଲୁ ଦିହେଁ ମହା ଆକାଶେ,

ପହଂଚିଲୁ ଯାଇ ପରୀଙ୍କ ଦେଶେ।


ଆସିଲେ ରାଣୀ ପରୀ ରାଇଜର, 

କଲେ ବହୁତ ଖାତିର ଆମର।


 ନଦୀ ଝରଣା,ପାହାଡ ପର୍ବତ, 

ଦେଖି ମନ ଖୁସି ହେଲା ବହୁତ ।


ଫୁଲ ଫଳ ଗଛେ ଭରା ସେ ଦେଶ 

ଦେଖି ମନ ହେଲା ବଡ ହରଷ।


କେତେ କେତେ ପରୀ ପାଶେ ଆସିଲେ,

ମୋ ହାତ ଧରି ବସେଇ ଦେଲେ।


ଢୋଲ ମହୁରୀ ସବୁ ବାଜିଲା,

ପରୀ ବୋହୁ ବେଶେ ପାଖେ ବସିଲା ।


ଫୁଲମାଳ ଧରି ଆସିଲା ଦୂତ,

ଧରେଇ ଦେଲା ଧରି ମୋ ହାତ।


ପରୀ ଗଳେ ଦେଲି ମାଳ ପିନ୍ଧେଇ, 

ପରୀ ମତେ ଦେଲା ମାଳ ପିନ୍ଧେଇ। 


ବାହାଘର ଆମ ସରି ଯେ ଗଲା 

ପରୀ ମାନଙ୍କର ଭୋଜୀ ବି ହେଲା।


ଆସିଲି ଧରାକୁ ତା ଡେଣାଙରେ ବସି

ମତେ ଛାଡି ପରୀ ଗଲା ଯେ ଖସି।


ପରୀ ରାଇଜର କାହାଣୀ ଶୁଣି ,

ଖୁସୀ ହୁଅ ମୋର ଭାଇ ଭଉଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy