Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Comedy

3  

Arjun Das

Comedy

ମାସ ଆରମ୍ଭ

ମାସ ଆରମ୍ଭ

1 min
163


ଦରମା ଆଜି ଆସିବ ବୋଲି

 ମନ ହେଲା କନକନ

ରବିବାର ଦିନ ଘରଣୀକୁ ନେଇ

ବୁଲିବି ନନ୍ଦନକାନନ   ॥


ଧଉଳି ଯିବି ମୁଁ ରାଜରାଣୀ ଯିବି

ବୁଲିଯିବି ଖଣ୍ଡଗିରି 

ମନ ଭରି ସୁସ୍ୱାଦୁ ଖାଇବା ଖାଇବୁ

ବୁଲିବୁ ଯେ ଘିରିଘିରି  ॥


ମନ ଭରି ମୁହିଁ ସପିଙ୍ଗ୍ କରିବି

ଦେଖିବି ଯାଇ ସିନେମା

ଝିଅ ମୋ କହିଛି ଆଣିବା ପାଇଁକି

ନୂଆ ନୂଆ କେତେ ଜାମା ॥


ଣ୍ଟୁ କିନା ଏକ ଶବଦ ଆସିଲା 

ଦେଖିଲି ମୋ ମୋବାଇଲି

ଦରମା ଆସି କ୍ରେଡିଟ ହୋଇଲା 

ଦେଖି ଟିକେ ହସି ଦେଲି ॥


ପୁଣି ଟିକିଏ ଦେଖିଲା ବେଳକୁ 

ଆସିଲା ଏକ ମେସେଜ 

ତିନି ଲକ୍ଷ ଟଙ୍କା ଲଟେରି ଜିତିଛ 

ଲକ୍ଷପତି ହେବ ଆଜ ॥


ମନ ମୋର ପୁରା ଖୁସିରେ ନାଚିଲା

ଭାବିଲି ସବୁ ସ୍ୱପ୍ନ ହେବ ପୁରା

ଘରଣୀ ପାଇଁକି ହାର କିଣିଦେବି

ଗୋଲାପ ସାଥିକୁ ଗଜରା ॥


ଲିଙ୍କରେ ତାର କ୍ଲିକ୍ ମାରିଲି

ମନେ ମନେ ହୋଇ ଖୁସି

ଆକାଉଣ୍ଟରୁ ମୋର ସବୁ ଚାଲିଗଲା

ବାଡିରେ କାନ୍ଦୁଛି ବସି ॥



Rate this content
Log in

Similar oriya poem from Comedy