STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ସ୍ତ୍ରୀ ମୋ ରିମୋଟ୍ କଣ୍ଟ୍ରୋଲ

ସ୍ତ୍ରୀ ମୋ ରିମୋଟ୍ କଣ୍ଟ୍ରୋଲ

1 min
356

ପ୍ରତ୍ୟେକ ଟି.ଭି.ର ରିମୋଟ ରହିଛି

  ତାକୁ ଚଳେଇବା ପାଇଁ 

ରିମୋଟ ବିନା କି ଟି.ଭି.ଟିର କିଛି

  ଅସ୍ତିତ୍ୱ ଅଛିକି ଭାଇ? 


ତେଣୁ ମୋ ଭଳି ପୁରୁଣା ଟି.ଭି.କୁ

  ସ୍ତ୍ରୀ ମୋ କଣ୍ଟ୍ରୋଲ କରେ 

ଯେଉଁ ବଟନଟି ଟିପୁଛି ସେ ବସି 

  ସେହି ଚ୍ୟାନେଲଟି ଧରେ।


ହୋମ ମିନିଷ୍ଟର ସିଏ ହେଲେ ମୋର

   ମୁଁ ତାର ବିଶ୍ଵସ୍ତ ପି.ଏ.  

ତା' ହୁକୁମ୍ ଆଉ ନିର୍ଦ୍ଦେଶ ମାନିବା

   ମୋ ପରମ ଧର୍ମଟିଏ।


ଜୀବନରେ କେବେ ଆଉ କେଉଁ ନାରୀ

  ଦେଖିବା ମୋ ଭାଗ୍ୟେ ନାହିଁ  

ବାହାରକୁ ଗଲେ ଲୁଚି ଛପି ଯାହା

  ଝିଅଙ୍କ ସାଙ୍ଗେ ଗପ‌ଇ ।  


ସମସ୍ତେ ଶୋଇଲା ପରେ ମୁଁ ଶୋଉଛି

  ଉଠୁଛି ସଭିଙ୍କ ଆଗୁଁ 

ଜୀବନ ମୋହର ସାର୍ଥକ ହେଉଛି

  କାର୍ଯ୍ୟେ ତାର ଲାଗୁଲାଗୁ।


ସକାଳ ଅର୍ଡର ଚା' ଟିକେ କର

   ଗୋଡ ଟିକେ ମୋଡି ଦିଅ 

ବାସନ କେଇଟା ମାଜିମୁଜି ଦେଇ

   ଚିକେନ ଆଣିକି ଥୁଅ।


ସେଦିନ ମୋ ସ୍ତ୍ରୀ ବେଗ୍‌ଟି ଧରେଇ

   ହାଟକୁ ପଠେଇ ଦେଲା 

ପୁରୁଣା ଲୁନାଟି ମୋତେ ବୋହି ନେଇ

   ହାଟ ଆଡେ ଦ‌ଉଡିଲା।


ଲମ୍ବା ଲିଷ୍ଟଟାଏ ଧରେଇ ଦେଇଛି

  ପରିବା ସ‌ଉଦା ପାଇଁ 

ପରିବା ବାଛିକି ଆଣିବା ମୋ ପକ୍ଷେ

  ସମ୍ଭବ କେବେ ନୁହଁଇ।


ପରିବା ବେଏଗ ଧରି ଆସୁ ଆସୁ 

   ପୁଲିସ ପାଲେ ପଡିଲି 

ମାସ୍କ‌ ମୁଁ ପିନ୍ଧିନି ଯେଣୁ ଭୁଲ୍‌ରେ

  ଘରେ ଛାଡିଦେଇଥିଲି।


ଟଙ୍କା ପାଞ୍ଚଶହ ଶୀଘ୍ର ଗଣିବାକୁ

  ପୁଲିସ୍ ବାବୁ କହିଲେ 

କାଣି କ‌ଉଡିଟି ପାଖେ ନଥିବାରୁ

  ବେଗ୍ ମୋର ଚେକ୍ କଲେ।


କ'ଣ କେଜାଣି ଭାବିଲେ ପୁଲିସ୍

  ପଚାଶେ ଓଲଟା ଦେଲେ 

ଘରେ ପହଞ୍ଚିଲେ କେମିତି ବଞ୍ଚିବୁ

  ମୋତେ ସିଏ କହିଦେଲେ।


ଦୟାଳୁ ପୁଲିସ୍ ଛାଡ଼ିଦେଇ ମୋତେ

  ଦେଲେ ପୁଣି ଏଇ ଟଙ୍କା 

ଘରେ ପହଞ୍ଚିଲି ଭାବୁଥିଲି ପୁଣି

  ପୁଲିସି ବାବୁଙ୍କ କଥା।


ଘରଣୀ ମୋହର ଝିଙ୍କି ନେଇଗଲା

  ପରିବା ବେଅଗଟିଏ 

ହଠାତ୍ ମୋ ମୁଣ୍ଡେ ଆସି ବାଜିଗଲା

  ତା' ବେଲଣା କାଠିଟିଏ।


ଦୋଅକ୍ଷରୀ ଦେଶୀ ଓଡ଼ିଆ ଭାଷାରେ

  ଗାଳିଗୁଡା ବର୍ଷା କଲା 

ଧରିଥିବା ଝାଡ଼ୁ ମୋ ଉପରକୁ

  ବାରମ୍ବାର ଉଠୁଥିଲା।


କାରଣଟା କ'ଣ ଜାଣିବା ପାଇଁକି

  ଫୁର୍‌ସତ ବି ପାଉନାହିଁ 

ପଚା ଟମାଟର ପୁଣି ବି ମୋ ମୁହେଁ  

 ବାଜି ଫାଟିଯାଏ ବୋହି।


ପୋକା‌ ବାଇଗଣ ଗଣ୍ଡା ଛ‌ଅଟା ମୋ

  ଦେହେ ଯେବେ ବାଜିଗଲା 

ତେବେ ଯାଇ ମୋର ଚେତନା ପଶିଲା

  ଏଇ ଭୁଲ୍ ମୋର ଥିଲା।


ଦୋଷ ହେଲା ମୋର ସଭିଙ୍କ ଉପରେ

  ଶୀଘ୍ର ବିଶ୍ଵାସ କରିବା 

ପରିବା ସ‌ଉଦା କିଣିଲା ବେଳେ ବି

  ମୋବାଇଲ ଟିପୁଥିବା।


ପାଟି ମୋର ଖନିମାରି ଯାଉଥିଲା

  ସ୍ତ୍ରୀ ଚଣ୍ଡୀ ରୂପ ଦେଖି 

ପୁଲିସି କାହିଁକି ମୋତେ ଛାଡିଥିଲେ

  ବୁଝି ପାରିଲି ମୁଁ ଠିକ୍।


ଏମିତି ବାରଣା ଜୀବନ ଗଲାଣି

  କେତେ ଦିନ ବା ବଞ୍ଚିବି 

ମୂରୁଖ ଅପର୍ତ୍ତି କହେ ଭଲ ବରଂ

  ସ୍ତ୍ରୀ ବୋଲକରା ହେବି।



Rate this content
Log in

Similar oriya poem from Comedy