STORYMIRROR

Niranjan Pandey

Abstract Tragedy Fantasy

3  

Niranjan Pandey

Abstract Tragedy Fantasy

ସତ୍ୟ ଅଜ୍ଞାତ ବାସରେ ଅଛି

ସତ୍ୟ ଅଜ୍ଞାତ ବାସରେ ଅଛି

1 min
323


ନିଜର ଚିହ୍ନଟ କରିବାରେ,

ନିର୍ଦ୍ଧାରିତ କେତେ ମାପକାଠି

ଛଳନା ରେ କିଛି ମନ୍ତ୍ରଣା ର

ପ୍ରଚାର ଯେ ଯୋର ଧରି ଅଛି

ଅସହାୟ ନିଃଶବ୍ଦ ବେଳ ରେ,

କାହିଁ କିଏ ଶବ ଗଣେ ଏଠି,

କୂଢ଼ କୂଢ଼ ଏତେ ମଣିଷ ର

ଅପମୃତ୍ୟୁ କିଏ କାନ୍ଧେଇଛି

କିଏ ଆଜି ସତ୍ୟ ର ପକ୍ଷରେ,

ଠିଆ ହୁଏ ନିଃସ୍ବାର୍ଥ ରେ ଏଠି,

ନିରାଦର୍ଶ କ୍ଷମତାର ଡର;

ଆତଙ୍କର ପ୍ରୟୋଗ ଚାଲିଛି

ସତ୍ୟ ର ଏ ଶବ ବ୍ୟବଚ୍ଛେଦ

କାହିଁକି ଯେ କଟକଣା ଏଠି,

ବ୍ୟବସାୟ ଟୀକା ଫୋଡିବାର

ଦେହସାରା ଯେତେ ଯାଗା ଅଛି

ପ୍ରପଞ୍ଚ ର ଏ ପ୍ରୟୋଗଶାଳା,

ପ୍ରଭାବ ର ସଙ୍କ୍ରମଣ ଏଠି,

ପ୍ରଲୋଭନ କ୍ଷତିପୂରଣ ର;

ରାତିଦିନ ମୁହଁ କୁ ବାନ୍ଧିଛି

ବରଦାନ ମିଳିଯାଇ ପାରେ,

ସମୟ ତ ମୂକସାକ୍ଷୀ ଏଠି,

ପୁଣିଥରେ ଦେଖ ଭସ୍ମାସୁର;

ହର ମୁଣ୍ଡେ ବର ପରଖୁଛି

ତୁମେ ଯେ ଅଭ୍ୟସ୍ତ ଭୁଲିବାରେ,

ଯେଉଁ ଷଢ଼ଯନ୍ତ୍ର ପଷାକାଠି,

ଅନ୍ତରାଳେ ଧର୍ମ ସ୍ଥାପନ ର;

ସତ୍ୟ ଅଜ୍ଞାତବାସ ରେ ଅଛି ।


Rate this content
Log in

Similar oriya poem from Abstract