STORYMIRROR

Bebi Satapathy

Fantasy

4  

Bebi Satapathy

Fantasy

ଭିନ୍ନ ଏକ ମହାବଳ

ଭିନ୍ନ ଏକ ମହାବଳ

1 min
25


     'ବାଘମାମୁଁ ' ନା ମହାବଳ ବୋଲି

          ଆବାଲ୍ୟରୁ ଶୁଣି ଅଛେ

      ପିଲା କାନ୍ଦୁଥିଲେ ତୁନି ହୋଇପଡେ

         ଭୟ ଭୀତି ମାଡି ଆସେ.


    ରାଜନୀତି ପାଣି ଗୋଳିଆ ବୋଲିକା

         କହୁଥିଲେ ଅଜା ମୋର

     ଗାଁ ରାଜନୀତି ଆହୁରି ଉତ୍କଟ

         ସହରଠୁ  ଭୟଙ୍କର.


    ନିର୍ବାଚନୀ ତୀର ଶିର ଭେଦ କରେ

        ପେଷି ହେଇଯାଏ ଭୋଟର

     ପାଞ୍ଚ ବର୍ଷ ପାଇଁ ମୁଣ୍ଡ ବିକିଦିଏ

        କ୍ରୀତଦାସ ବନେ ନୋଟର.


   ଗାଁ ଗାଁ ବୁଲି ଭିକ୍ଷl ଝୁଲା ଧରି

      ମାଗି ଥାନ୍ତି ସିଏ ଭୋଟ

   ଥରେ ଜିତି ଗଲେ ଚି଼ହେଁନା ତୁମକୁ

      . ସିଏ ମନ୍ତ୍ରୀ ଏମେଲେ ଲୋକ.


  ପଇସା ରଖନ୍ତି ସାତ ପିଢ଼ିପାଇଁ

      ମିଛେ ଫିତାକଟା, ବନ୍ଧ ବାଡ଼ ନିର୍ମାଣ

   ପ୍ରତିବାଦ କଲେ ଦିନ ଦି ପହରେ

       ଗୁଣ୍ଡାଗର୍ଦୀ ତାର ଦିଏ ପ୍ରମାଣ.


    ନାରୀକୁ ସୁରକ୍ଷା ନାରୀର ସମ୍ମାନ

          ସଭା ସମିତିରେ ଦିଏ ଭାଷଣ

     ଦିନ ବାର ଟାରେ ରାଜ ରାସ୍ତା ପରେ

        ନାରୀକୁ ଦୁଷ୍କର୍ମ ନାରୀ ଅପମାନ.


     ଦାରିଦ୍ର୍ୟ ଦାଦନ ସୀମା ଲଙ୍ଘିଯାଏ

        ବଢ଼ି ଯାଏ ଶିଶୁ ଅତ୍ୟାଚାର ବେକାରୀ ସମସ୍ୟା

      ତଥାପି ସେ କୁହେ ଉନ୍ନତି ହେଉଛି

          ଦେଶ ମାଟି ଏଠି ସ୍ୱର୍ଣ୍ଣିମ ସୀସା.


     ' ରାମ ରାଜ୍ୟ ' ସ୍ବପ୍ନ ମରି ମରି ଯାଏ

         ଦିଶେ ନାହିଁ ଥଳ କୁଳ

 ଏତ ରାଜନୀତି ନୁହେଁ, ଅନ୍ୟ ଏକ ରାଜନୀତି


      ଏଠି ନେତା ନୁହେ ସେ ତ

ଭିନ୍ନ ଏକମହାବଳ.... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy