STORYMIRROR

Bebi Satapathy

Others

4  

Bebi Satapathy

Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
16

      ବସନ୍ତ କି ଚାଲିଗଲା ତୁମ ସାଥେ

            ଦେଇଗଲା ଦାରୁଣ ନିଦାଘ

        ଫୁଲେଇ ଫଗୁଣଟା ସାଥି ହେଲା ତୁମ ସହ

       ଫିକା ଲାଗେ କାଇଁ ସୁନ୍ଦର ପଳାଶ କୁହ.


     ଚଇତାଳି ପବନ କୋଇଲିର କୁହୁତାନ

        ସାଜିଲେ କି ଓଠର ପିଆଲା

    ଭିତକ୍ରସ୍ତା ହରିଣୀ ମୁଁ ଚାରିପଟେ ଅଗ୍ନିର ବରଷା

         ହଜିଯାଏ ଦିଗର ଠିକଣା .


    ତୁମ ସହ କାଟିବାକୁ ମଧୁମାସ

         ଯାଇଛି କି ହଳଦିବସନ୍ତ

   ଦରିଆ କୂଳରେ ତପ୍ତବାଲିରେ

        ମିଛେ ଖାଲି ମୋର ତୃଷ୍ନାର ଅବଶୋଷ.

   

     ତରୁଲତାର ସବୁଜିମା କିବା 

         ମନକୁ ରଙ୍ଗୀନ କରିଛି

    ପତ୍ର ଝଡା ଏକ ଥୁଣ୍ଟା ଗଛ ମୁଁ

       ଝଡର ବିଗୁଲ ଗାଉଛି.

  

    ପ୍ରୀତିର ଗଜଲ ବନ୍ଧା ପଡିଛି କି

         ଜୀବନ ର ସାତ ସୁରେ

     ହୁହୁ ଜଳେ ମଧ୍ୟାହ୍ନ ରେ ତାତି

        ବିରହ ବିଧୁରା ପ୍ରଣୟ ତୀରେ.


    ସତେ କି ଶ୍ରାବଣ ଆସିବକି କୁହ

      ମୋ ଜୀବନ ପରିଧିରେ

   ନିଦାଘ ତାରୁଣ୍ୟ ଅପସରି ଯିବ

       ଝିପି ଝିପି ବରଷାରେ.।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍