STORYMIRROR

Bebi Satapathy

Classics

3  

Bebi Satapathy

Classics

ମା' ଲୋ କାଳିକା

ମା' ଲୋ କାଳିକା

1 min
150

     ଝିଅ ମୋର ଋଷିଛି

    ରାଗେ ଜର୍ଜରିତ ହୋଇ

  ଚଣ୍ଡୀ ରୂପ ଧରିଛି

   କରାଳ ରୂପକୁ ନେଇ

    ମହାକାଳୀ ସାଜିଛି।


     

     ଯୁଝି ଯୁଝି ହୋଇ ପଡିଛି ଅବଶ

     କରିଛି ସେ ରକ୍ତମୁଖା ଧାରଣ

   ଧାର ଧାର କଜ୍ବଳ,ଲହ ଲହ ରୁଧିର

  ଇତସ୍ତତଃ ବସ୍ତ୍ର ଆଭରଣ।


    ଜାଳୁଛୁ ଦୀପାଳି କରୁଅଛୁ ଅଳି

     ଶାନ୍ତ ହୋଇଯାଆ ମାଆ

   ନୃମୁଣ୍ଡ ମାଳିନୀ ଦେବୀ କାତ୍ୟାୟିନୀ

     ହୋଇଥାଆ ତୁହି ସାହା।


    ତୁହି ମା' ଦୁର୍ଗା ମହିଷାମର୍ଦ୍ଦିନୀ

  ସିଂହ ବାହିନୀ ତ୍ରିଶୁଳ ଧାରିଣୀ

  ଶାନ୍ତି ସ୍ୱରୂପିଣୀ ଶିବ ପାଟରାଣୀ

    ତୁହି ଲୋ ମା ଜଗଜନନୀ।


ସଂସାର ପାଳନ ପାଇଁ

ହୋଇପାରୁ ଶାନ୍ତ କମନୀୟା 

ରୂପସୀ, ଅଳସୀ, ଚପଳା , ପ୍ରେମିକା

 ପାପୀ ସଂହାରଣ ପାଇଁ ହୋଇପାରୁ

ଖଡ୍ଗ ଖର୍ପରଧାରିଣୀ, ତ୍ରିନେତ୍ର କାଳିକା।


ଯୁଗେ ଯୁଗେ ସମାଜକୁ ଦେଇଥାଉ

     ଏହି ବାର୍ତ୍ତା ‘ମା' ଲୋ କାଳିକା।

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics