STORYMIRROR

Bebi Satapathy

Classics

4  

Bebi Satapathy

Classics

ହେ ଦେବୀ

ହେ ଦେବୀ

1 min
230

କାଶତଣ୍ଡୀ ଫୁଲେ ଫୁଲେ ଶରତ ଆସିଚି

ଶରତ ବି ଆବାହନୀ ସଂଗୀତ ଗାଉଛି

ପୁରପଲ୍ଲୀ ବଜ଼ାର ଘାଟ ଉଠୁଛି ପଡୁଛି

ସତେ କଣ ଶିଶିରର କାକର ଟୋପାରେ

      ମାଆ ଆସୁଚି ?

ଷଷ୍ଠୀ ଠାରୁ ଦଶମୀ ଯାଏ

ବେଲ ବରଣୀ ପୂଜା ଠାରୁ ସିନ୍ଦୁର ଖେଳ ଯାଏ

ଷୋଡଶ ଉପଚାରରେ ପୂଜା ପାଏ ମା ପ୍ରତି ମଣ୍ଡପରେ

ପ୍ରକମ୍ପିତ ହୁଏ ପୂଜା ମଣ୍ଡପ 'ଯା ଦେବୀ 'ଶ୍ଳୋକ ମନ୍ତ୍ରରେ


ସିଂହ ବାହିନୀ ଶକ୍ତି ସିରୂପିଣୀ ଅଭୟ ବର ଦାୟିନୀ

     ମା ଗୋ ମା ଦଶଭୁଜା

ଦୁଷ୍ଟ ସଂହାରିଣୀ ଶାନ୍ତି ପ୍ରଦାୟିନୀ ପତିତ ତାରିଣୀ

      ଉଡ଼ୁ ବିଜୟର ଧ୍ବଜା


ମାଟି ଉଠାଠାରୁ ଘଟ ବିସର୍ଜନେ

କର୍ତ୍ତା କର୍ତ୍ତୀ ନୀତି ନିୟମରେ ବନ୍ଧା

ମନେ ଆସିଥାଏ ଭକ୍ତି ର ଫୁଆର

 ଅଜଣା ପୁଲକ ଅନେକ ଶ୍ରଦ୍ଧା


ସାଜସଜ୍ଜା ଏ ଯେ ପାର୍ବଣ ଋତୁ

ଆୟ ଅଳଙ୍କାର ମା ପିନ୍ଧେ ବହୁତ

ମୁକୁଟ କୁଣ୍ଡଳ ନୋଥ ଚୁଡ଼ି ହାର

ଶାଢ଼ୀ ଶଙ୍ଖା ପିନ୍ଧି ମା ଦିଶେ କି ସୁନ୍ଦର


ଅପୂର୍ବ ଲାବଣ୍ୟ ମା ଦିଶଇ

ତା ସାଥେ କର୍ତ୍ତିଙ୍କ ସଜ ଶୋଭଇ

ସମସ୍ତେ ଡାକନ୍ତି ମା ମା ବୋଲି

ସେତ ଅଡୁଆ ସୁତାର ଖିଅ

କର୍ତ୍ତା କର୍ତ୍ତି କିନ୍ତୁ ଭାବି ନେଇଥାନ୍ତି

      "ହେ ଦେବୀ "

ତୁମେ ଆମର ଝିଅ.।



Rate this content
Log in

Similar oriya poem from Classics