STORYMIRROR

Bebi Satapathy

Others

3  

Bebi Satapathy

Others

ନାରୀ ଓ ପୁରୁଷ

ନାରୀ ଓ ପୁରୁଷ

1 min
164

 


ଜଣେ ମମତାର ସୀମାହୀନ ସାଗର

ଆଉ ଜଣେ ସେନେହ ର ମୂର୍ତ୍ତିମନ୍ତ ମନ୍ଦିର ।


ପୁରୁଷ ର ସାହସ ନାରୀର ଶକତି

ଜଣକର ଚାରୁକଳା ରେ ଅନ୍ୟ ଜଣେ ସ୍ଥପତି ।


ପୁରୁଷ ର ହୃଦୟ ନାରୀର ପଣତ

ସେତ ସରଗଠୁ ବଡ ଆକାଶକୁ ନିଅଣ୍ଟ ।


ନାରୀ ଯଦି ସମାଜର ଦର୍ପଣ

ପୁରୁଷ ତାର ପ୍ରତିଫଳନ

ନାରୀ ଯଦି ଅଙ୍କା ବଙ୍କା ନଈ ଟିଏ

ପୁରୁଷ ତା ସ୍ରୋତର କାରଣ ।


ପୁରୁଷର ସଫଳତା ରେ ନାରୀ ର ପ୍ରେରଣା

ନାରୀର ସଫଳତା ରେ ପୁରୁଷର ଉଦ୍ଦୀପନା ।


ନାରୀ ଯଦି ସୃଷ୍ଟି କାରେଣୀ. ପୁରୁଷ ତା ସ୍ରଷ୍ଟା

ନାରୀ ହେଲେ ସଂହାର କାରିଣୀ

 ପୁରୁଷ ହେବ ଧ୍ବଂସ କର୍ତ୍ତା ।


ନାରୀ ଓ ପୁରୁଷ

ଜଣେ ପ୍ରେମ ର ମଧୁଧାର ହେଲେ

ଆଉ ଜଣେ ପ୍ରଣୟର ଫଲ୍ଗୁ ଧାର

  ନାରୀ ଓ ପୁରୁଷ

ଜଣେ ସ୍ଥିତି ହେଲେ ଅନ୍ୟ ଜଣେ ବିସ୍ତୃତି

ଦୁଇ ଜଣ ଯାକ ସମାଜର ଅବସ୍ଥିତି ।


Rate this content
Log in