ସମୟ
ସମୟ
ସମୟଟା ଖେଳେ ଲୁଚକାଳି
ବୟସରରାଜରାସ୍ତାରେ
ଜୀବନ ତ ଛକିଶୂନ ଖେଳ
ରଙ୍ଗୀନ ଦୁନିଆରେ ।
କେବେ ଦେଖେ ଶୈଶବର
ଖିଲି ଖିଲି ହସ ତ
କେବେ ଯୌବନର ଉତ୍ତାଳ ତରଙ୍ଗ
ଆଉ କେବେ ପ୍ରୋଢତାର କ୍ରୁର ପରିହାସ ।
କେବେ ପ୍ରୀତିର ନିଶାରେ
ଗଢେ ପ୍ରେମର କୋଣାର୍କ ତ
କେବେ ପ୍ରତାରଣାର ପ୍ରତି ଛବିରେ
ଦେଖେ ଭଗ୍ନଶୀଳାର ରୂପ ।
କେବେ ଦିଏ ମୃତ୍ୟୁର ଆହ୍ୱାନ ତ
କେବେ ପୁଣି ରାଜଉଆସର ସ୍ବପ୍ନ
କେବେ ମଦିରାର ମତୁଆଲା ତ
କେବେ ପାଗଳର ପ୍ରଳାପ ।
କେବେ ନିର୍ଜନତାର ବିଳାପ ତ
କେବେ ନିଃସଙ୍ଗତାର ଆକୁଳ କ୍ରନ୍ଦନ
କେବେ ଯାଦୁଗରର ଝୁଲା ମୁଣି ତ
କେବେ ଖୁସି ଦରିଆର ଅପୂର୍ବ ମିଳନ ।
ଦିନ ପରେରାତି,ରାତିପରେ ଦିନ
ହୁଏ ଜୀବନର ଉଥାନ ପତନ
କିଏ ଜାଣେ ନିୟତି କାହା ସାଥି ଦେବ
"ସମୟ ଟା ବଡ ବଳବାନ । । "
