Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bebi Satapathy

Fantasy

3  

Bebi Satapathy

Fantasy

ନୂଆ ବରଷ

ନୂଆ ବରଷ

1 min
193


          


       ହେ ନୂଆ ବରଷ

     ତୁମ ଆସିବାକୁ ଅପେକ୍ଷା କରିଛି

    ପ୍ରୀତିର ମଶାଲ ଜାଳି

  ଝରକା ଫାଙ୍କରେ ପର୍ଦା ଆଢୁଆଳେ

  ପ୍ରେମର ପ୍ରଦୀପ ଧରି  ।


   ଅଵଗୁଣ୍ଠନ ର  ଓଢଣୀ ତଳେ

 ସ୍ମୃତି ଗାଲିଚାର ହସ

 ମନ ମତାଣିଆ ସୋରିଷ କ୍ଷେତରେ

 ମୁକୁତା ଵିନ୍ଦୁର ସ୍ପର୍ଶ ।


ଶୀତ ସକାଳର  ଭିଜା କାକରରେ

 ଗୋଲାପ ଗୁଚ୍ଛ ଟେ ଧରି

ସମ୍ବର୍ଦ୍ଧନା ପାଇଁ ଚାତକେ ଚାହିଁଚି

ଅଭ୍ୟର୍ଥନା ଥାଳି ଧରି ।


ହେ ନୂଆ ବରଷ ନୂତନ ବନ୍ଧୁ ହେ

 ଏତିକି କରୁଣା କରିବ

 ସବୁ ଦୁଃଖ କଷ୍ଟ ପଛରେ ପକାଇ

ସୁଖ ସାଉଁଟାଇ ଆଣିବ ।


କ୍ୟାଲେଣ୍ଡର ପୃଷ୍ଠା ଓଲଟାଇ ଦେଲେ

ତିଥି ବାର ଗୁଡା ଗଡିବ 

କୋଭିଡ ହଟାଇ ହସ ଖୁସି ନେଇ

ବିଜୟର ଧ୍ବଜା ଗାଇବ ।



Rate this content
Log in

Similar oriya poem from Fantasy