ନାରୀ
ନାରୀ
ମୁଁ ନାରୀ
ଅତି ଅଲିଅଳି ସୁକୁମାରୀ
ଅପରୂପା ତରୁଣୀ
ଅପୂର୍ବ ପୁଣ୍ୟତୋୟା
ଅବିଶ୍ରାନ୍ତ ଫୁଲ ବାରି
ମୁଁ ନାରୀ.
ସିମନ୍ତିନି ସୁଲକ୍ଷଣୀ
ଆଶାର ବୈତରଣୀ
ଅନନ୍ୟା ଅବର୍ଣ୍ଣନୀୟା
ଚାନ୍ଦର ଚକୋରୀ
ମୁଁ ନାରୀ.
ମାତୃତ୍ୱର ମହନୀୟତା
କୁମାରୀତ୍ୱ ର ଦୀପଶିଖା
ଶିଳlପଦ୍ମର ଶିଳାଲିପି
ସରଗର ଅପସରି
ମୁଁ ନାରୀ.
ସୃଷ୍ଟିକର୍ତ୍ତୀ ସଂହାରକାରିଣୀ
ସୁରିଲା ରାଗିଣୀ ସୁହାସିନୀ
ଦିବାଲୋକ ଅନ୍ୱେଷଣେ
କାନ୍ଦେ ଗୁମୁରି ଗୁମୁରି
ମୁଁ ନାରୀ.
ଜନକ ନନ୍ଦିନୀ ସୀତା
ଅଗ୍ନିପରୀକ୍ଷ୍ୟା ର ସତୀ
କୁରୁସଭାର ଦ୍ରୌପଦୀ
ଆଜିର ମାଧବୀ ପରୀ
ମୁଁ ନାରୀ.
ଯୁଗେ ଯୁଗେ କ୍ରୁରତାର ପରିହାସ
ନିୟତିର ଉପହାସ
ନାରୀ ର ସୁରକ୍ଷା ରହିଚି
କୁହୁଡି ବଳୟ ଘେରି
ମୁଁ ନାରୀ.
ଅଗ୍ରପୂଜନିୟା ଚୀର ବନ୍ଦନୀୟା
ପ୍ରାତଃ ସ୍ମରଣୀୟl ସମ୍ମାନନୀୟା
ଅଭିମାନେ ଜଳୁଛି
ହୃଦୟର ଦୀପାଳି
ମୁଁ ନାରୀ ।
