Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mallika singh

Horror

3  

Mallika singh

Horror

ଜୀବନ ଖରା ଛାଇ ଖେଳ

ଜୀବନ ଖରା ଛାଇ ଖେଳ

1 min
110


ଜୀବନ ଟା  ସୁଖ ଦୁଃଖ 

ଖରା ଛାଇ ଖେଳ

କେବେ ବହେ ଝାଞ୍ଜି କେବେ

ମଳୟ ସମୀର ।


ରଙ୍ଗ ବୋଳେ ଦେହେ କେବେ

ପ୍ରୀତିର ଫଗୁଣ

ପୁଣି କେବେ ସ୍ଵପ୍ନ ଧିଏ

ଲୁହର ଶ୍ରାବଣ ।


ଦିନ ସତ ରାତି ସତ

ଆଲୁଅ ଅନ୍ଧାର

ଦୁଃଖ ବିନା ଅନୁଭବ

ନୁହଁଇ ସୁଖର ।


ସୁଖ ଆସେ ଦୁଃଖ ଆସେ

ସମୟ ର ଗତି

ଚାଲି ଜନ୍ତି ଯେଝା ବାଟେ

ଛାଡି ନିଜ ସ୍ମୃତି ।


ସୁଖ ଏଠି ସ୍ଥାୟୀ ନୁହେଁ

ଦୁଃଖ କି ରହିବ

ଶ୍ରାବଣ ବି ବହିଯିବ

ଫଗୁଣ ଫେରିବ ।


ତେଣୁ ଆରେ ବାଇ ମନ

ନ ହୁଅ ଅଧୀର

ସୁଖ ଦୁଃଖ ଖରା ଛାଇ

ବିଧାତା ବିଚାର ।


Rate this content
Log in

Similar oriya poem from Horror