Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Horror Romance

3  

Satyanarayan Sahoo

Abstract Horror Romance

ଫଟା ଫଟା ଦାଗ

ଫଟା ଫଟା ଦାଗ

1 min
179


ଫୋଟୋ ଫଟା ଦାଗ ଦିଶେ କି ରୁଚିର ତର

ଥାଏ ନାନା ଜାତି ବାଘ ମାନଙ୍କ ଶରୀର ।


ଅତି ଅନୁପମ ଲାଗେ ଦୂରୁ ନୀରେଖିଲେ

ରହି ଥାଏ ଯାଇ ସେହି ଜଙ୍ଗଲ ମଧ୍ୟରେ ।


ସାହାର୍ଯ୍ୟ କରଇ ତାକୁ ପ୍ରାଣୀ ଶିକାର ରେ

ଫଟା ଫଟା ଦାଗ ଆହା କେତେ ଚମତ୍କାରେ ।


ଅନ୍ୟ କେତେ ଜୀବ ଜନ୍ତୁ ହରିଣ ଇତ୍ୟାଦି

ଦେହ ଝଲ୍ ମଲ ଦିଶେ ଫଟା ଦାଗ ଥାଇ । 


ଅନେକ ଅନେକ ଭାବ ଧାରା ଅବ୍ୟାହତ

ଦରଶନେ ଅବିରତ ମନେ କରେ ଜାତ ।


ଜଗତ ଓ ଜୀବାତ୍ମା ର ଗହନ ରହସ୍ୟ

ଭଳି ଭଳି ଶିଳ୍ପ ବିଦ୍ୟା ବିଭା ର ପ୍ରକାଶ । 


ବିଶ୍ଵ କାରିଗର ଙ୍କ ର ମହିମା ପ୍ରଚାର

କରେ ଜାଗତିକ ଭାବ ଧାରା ଚମତ୍କାର ।


Rate this content
Log in

Similar oriya poem from Abstract