STORYMIRROR

Bijoy Jena

Horror Tragedy Inspirational

3  

Bijoy Jena

Horror Tragedy Inspirational

ମାନବିକତା

ମାନବିକତା

1 min
119


ମାନବିକତା ଲୋପ ପାଇଛି

ମାନବବାଦ ଏକ ଧୂଆଁ ବାଣ

ଅଭିଧାନର ଶବ୍ଦ ଟିଏ

ପାଲଟି ଯାଇଛି

ବିଶ୍ବର ବିଭିନ୍ନ ପ୍ରାନ୍ତରେ

ନର ସଂହାର ଚାଲିଛି

ଅଗଣିତ ଆବାଳ ବୃଦ୍ଧ ବନିତା

ଭିଟା ମାଟି ଛାଡ଼ି

ଶରଣାର୍ଥୀ ଶିବିରରେ

ଭୟାନକ ନିର୍ଜନତାରେ

ବିଳାପ କରନ୍ତି

ଆତ୍ମୀୟ ସ୍ୱଜନ କାହିଁ କେତେ ଦୂରେ

ଝୁରି ଝୁରି ଲୋତକ ଢ଼ାଳନ୍ତି 

ପ୍ରାଣ ଖୋଜେ ଆପଣା ମଣିଷକୁ

ନାହିଁ ବନ୍ଧୁତା ପ୍ରେମ ସୁନ୍ଦର

ସବୁଠି ବିରାଜେ ନିସଂଗତା

ଭୟ ଓ ଦିଶାହିନ ଉଜୁଡା ଜୀବନ

ସେମାନଙ୍କ ଅନ୍ତରାତ୍ମା

ବିଳପି ଉଠେ

ଉଦ୍ଧାର କର, ଉଦ୍ଧାର କର

କୁଆଡୁ ବୁଝିବେ

ଏ ମହାମାନୀ, ମହାଗର୍ବି

ମହାକାଳ ନେତୃବୃନ୍ଦ

 ଜୀବନ ଦର୍ଶନ

ପରସ୍ପର ମିଳିମିଶି ରହିଲେ

ଯେଉଁ ଖୁସି ମିଳେ

ତାହା ମଣିଷକୁ ଅଧିକ ସୁଖ ଦିଏ

ଅଧିକ ଦିନ ବଞ୍ଚାଇ ରଖେ

ହେ ପ୍ରଭୁ

ଏ ଖଳ ନାୟକ ଚିନ୍ତା ଓ ଚେତନାରୁ

ମାନବିକତାର ଉଦ୍ରେକ କର

ତୁମର ବିଶ୍ଵରୂପ ଦେଖାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror