ମାନବିକତା
ମାନବିକତା
ମାନବିକତା ଲୋପ ପାଇଛି
ମାନବବାଦ ଏକ ଧୂଆଁ ବାଣ
ଅଭିଧାନର ଶବ୍ଦ ଟିଏ
ପାଲଟି ଯାଇଛି
ବିଶ୍ବର ବିଭିନ୍ନ ପ୍ରାନ୍ତରେ
ନର ସଂହାର ଚାଲିଛି
ଅଗଣିତ ଆବାଳ ବୃଦ୍ଧ ବନିତା
ଭିଟା ମାଟି ଛାଡ଼ି
ଶରଣାର୍ଥୀ ଶିବିରରେ
ଭୟାନକ ନିର୍ଜନତାରେ
ବିଳାପ କରନ୍ତି
ଆତ୍ମୀୟ ସ୍ୱଜନ କାହିଁ କେତେ ଦୂରେ
ଝୁରି ଝୁରି ଲୋତକ ଢ଼ାଳନ୍ତି
ପ୍ରାଣ ଖୋଜେ ଆପଣା ମଣିଷକୁ
ନାହିଁ ବନ୍ଧୁତା ପ୍ରେମ ସୁନ୍ଦର
ସବୁଠି ବିରାଜେ ନିସଂଗତା
ଭୟ ଓ ଦିଶାହିନ ଉଜୁଡା ଜୀବନ
ସେମାନଙ୍କ ଅନ୍ତରାତ୍ମା
ବିଳପି ଉଠେ
ଉଦ୍ଧାର କର, ଉଦ୍ଧାର କର
କୁଆଡୁ ବୁଝିବେ
ଏ ମହାମାନୀ, ମହାଗର୍ବି
ମହାକାଳ ନେତୃବୃନ୍ଦ
ଜୀବନ ଦର୍ଶନ
ପରସ୍ପର ମିଳିମିଶି ରହିଲେ
ଯେଉଁ ଖୁସି ମିଳେ
ତାହା ମଣିଷକୁ ଅଧିକ ସୁଖ ଦିଏ
ଅଧିକ ଦିନ ବଞ୍ଚାଇ ରଖେ
ହେ ପ୍ରଭୁ
ଏ ଖଳ ନାୟକ ଚିନ୍ତା ଓ ଚେତନାରୁ
ମାନବିକତାର ଉଦ୍ରେକ କର
ତୁମର ବିଶ୍ଵରୂପ ଦେଖାଅ ।