STORYMIRROR

Jashobanta Biswal

Romance

3  

Jashobanta Biswal

Romance

ପ୍ରିୟା ର ଓଢ଼ଣୀ

ପ୍ରିୟା ର ଓଢ଼ଣୀ

1 min
433


ପ୍ରିୟାର ଓଢ଼ଣୀ ନିଏ ମୋତେ ଟାଣି  

                ହେଲା କି ପାଗଳ ମନ 

ଶ୍ରାବଣ ଧାରା ରେ ନାଚୁଛି ପ୍ରେମିକା 

                କୋଇଲି ଗାଉଛି ଗୀତ ।୨

ଓଦା ଓଦା ଦେହ ଭିଜା ଭିଜା ଓଠ 

                ଡାକୁଛି ହାତ କୁ ଠାରି 

ପ୍ରିୟା ର ଓଢ଼ଣୀ ଉଡ଼ି ଉଡ଼ି ଆସି 

                ଦେଇଛି ଛାତି କୁ ଚିରି ।୨

ଦୂରେ ଥାଇ ପ୍ରିୟା ହାତ ଠାରୁ ଅଛି 

                ଓଢ଼ଣୀ ଦେଉଛି ଖସି 

ଲାଗୁଛି ଯେମିତି ଏମିତି ସତେ କି 

                ଓହ୍ଲାଇ ପଡ଼ିଲେ ଶଶି ।୩

ଥିରି ଥିରି ଚାଲି ପାଦରେ ଘୁଙ୍ଗୁର 

                ଦିଶେ ନା କାହାର ମୁହଁ 

ଝିପି ଝିପି ବର୍ଷା କାକର ଦେହରେ 

                ଲିଭି ଯାଏ ସବୁ କୋହ ।୪

ପ୍ରିୟା ର ଓଢ଼ଣୀ ଖସିଲା ଦେହରୁ 

              ଦେହେ ମୋର ଗଲା ବାଜି 

ଭିଜା ଦେହ ମନ ଉଷ୍ଣ ଦେଲା ଛୁଇଁ 

              ଜିତିଲି ପ୍ରେମ ରେ ବାଜି । ୫          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance