STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

ଦେହ

ଦେହ

1 min
347

ଯୌବନ କାଳେ ମର୍କଟ ସହଜେ ସୁନ୍ଦର

ତୁମ ନବ ଯୌବନର ନାହିଁ ପଟାନ୍ତର

ଦେହ ମୋହ ସଭିଙ୍କର ମନ କିଏ ଦେଖେ

ସେ ମୋହେ ଗ୍ରାସିତ ଆଜି ଚାରିପଦ ଲେଖେ।।


ତୁମ ଓଠ ଧାରେ ଝରେ ଅମୃତର ଧାର

ଦନ୍ତପଂକ୍ତି ନିନ୍ଦେ କୁନ୍ଦପୁଷ୍ପ ମାଳ ଶୋଭା

ଘନକୁନ୍ତଳେ ଗଜରା ହୋଇ ଦୋଳାୟିତ

ଘନଜୀମୂତେ ଚପଳ ସୌଦମିନୀ ଆଭା ..l

 

 ଇଷିତ୍ ହାସ୍ୟ ରେ ତୁମ କାମ ପୁଷ୍ପବାଣ

 କଟାକ୍ଷରେ ଶତକାମ ହୁଅନ୍ତି ଦହନ

 ଚାଲି ନିନ୍ଦେ ଯଥା ମତ୍ତକରିଣୀର ଗତି

 ଦେହ ବାସ ନିନ୍ଦେ କି’ବା କସ୍ତୁରୀ ଚନ୍ଦନ।।


 ପାଦର ନୂପୁର ଗାଏ ପ୍ରୀତିରାସ ଛନ୍ଦ

 ରେଶମୀ ଦୁକୂଳ ନାଚେ ମଳୟର ତାନେ

 ଯଦାକଦା ଦେଖି ମୋତେ ଦିଅ ସ୍ମିତ ହାସ୍ୟ

 ସେ କ୍ଷଣି ବାସବ ମନେ ଚିନ୍ତଇ ଆପଣେ।।


 ତୁମ ଦେହ ବିପରୀତା ଗୌତମୀ ସମାନ

 ଯାଜ୍ଞସେନୀ ନୁହେଁ ଯଜ୍ଞ ଉଗ୍ର ହୁତାସନ

 ଉଗ୍ର କାମବହ୍ନି ବଳେ କରିଯିବ ଗ୍ରାସ

 ଏଣୁ କର ସ୍ମିତହାସ୍ୟେ ମୂକ ଆମନ୍ତ୍ରଣ।। 


 କାମୁକତା ଦେହ କ୍ଷୁଧା ସହଜାତ ବୃତ୍ତି

 ମେନକା ବିଶ୍ୱାମିତ୍ରର ମତି କଲେ ଭ୍ରମ

 ଶକୁନ୍ତଳା ଉପୁଜିଲେ ଯତି ମତି ଭ୍ରମେ

 ତୁମ ରୂପ ନିନ୍ଦାକର ମେନକା ଲାବଣ୍ୟ।।


 ତୁମ ରୂପ ଯୌବନର ଆସଂଗ ନିମିତ୍ତ

 ଯୁବପ୍ରାଣ ଉଶୃଂଖଳେ ହେବେ ମଦମତ୍ତ

 ସେ ରୂପ ପସରା ସଖୀ ରଖ ପରଦାରେ

 ଦେହ ପ୍ରୀତି ଦୁଷ୍କୃତିରେ ନକର ଜଡିତ।।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract