STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
182

ଶୁଖିଲା ପତ୍ରଟି ଗଛର ଉପରେ

ନିଜର କଥାଟି କହୁଛି,

ମୁଁ ଦିନେ ଥିଲି ସବୁଜ ପତର

ସଭିଙ୍କ ମନକୁ ମୋହିଛି ।।

ଗଛକୁ ପତ୍ରରେ ଖାଦ୍ୟ ରାନ୍ଧିକରି

ଦେଇଛି କେତେ ମୁଁ ପରଶି

ସେଥିପାଇଁ ଗଛେ ଫୁଲ ଫଳ କେତେ

ଫଳୁଥିଲା ତୁମେ ଜାଣଟି ।।

ଗଛ ବୁଢ଼ାହେଲା ମୁଁ ଶୁଖିଗଲି

କେତେବେଳେ ଝଡି ପଡିବି,

ମାଟି ଉପରେ ମୁଁ ମାଟି ସାଥେ ମିଶି

ସତ୍ତାକୁ ମୋର ହରାଇବି ।।

ତୁମେ ସିନା ଆଜି ଯୁବକ ହୋଇଛ

କାଲିକୁ ହୋଇଯିବ ବୃଦ୍ଧ,

ମାଟି ଦେହ ତୁମ ମାଟିରେ ମିଶିଵ

ଜୀବନକୁ କର ସିଦ୍ଧ ।।

କଞ୍ଚା ପତରରୁ ଶୁଖିଲା ପତର କାଳ

କବଳରେ ହୋଇଛି,

ଈଶ୍ୱରରେ ମତି ରଖିଲେ ତୁମେଟି

ଭବୁପାର ହେବ ଭାବୁଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract