ହେ ମୃତ୍ୟୁ
ହେ ମୃତ୍ୟୁ
ହେ ମୃତ୍ୟୁ ତୁମେ କାଇଁ ଏତେ ଭୟଙ୍କର . ..
ତୁମ ଆଗମନ ରେ ହେଇଯାଏ ସବୁ ଛାରଖାର
ଭାଙ୍ଗି ଯାଏ ସୁଖ ର ସଂସାର ..
ହେ ମୃତ୍ୟୁ ତୁମେ କାଇଁ ଏତେ ଭୟଙ୍କର .
ହେ ମୃତ୍ୟୁ କାଇଁ ତୁମ ରୂପ ଏତେ କରାଳ ଓ ବିକଟାଳ ,
କାଇଁ ତୁମ ଧ୍ୱନି ରେ ହୋଇ ଯାଏ ଅନ୍ଧକାର ,
ଚାରିଆଡେ ଥାଏ ଖାଲି ହା ହା କାର .
ହେ ମୃତ୍ୟୁ କାଇଁ ତୁମେ ଏତେ ଭୟଙ୍କର .
କାଇଁ ତୁମେ ଆଣ ଆଖିରେ ଅଶ୍ରୁ ର ଧାରା ,
ଛାତିରେ କୋହ ଆଉ ହାରିଯିବାର ଚିତ୍କାର ,
କାଇଁ ତୁମେ ଭୟ ବିଭିଷୀକା ,
ଯଦି ତୁମେ ଚିରନ୍ତନ ସତ୍ୟ କାଇଁ ତୁମେ ନୁହଁ ସୁନ୍ଦର ..
ହେ ମୃତ୍ୟୁ କାଇଁ ତୁମେ ଏତେ ଭୟଙ୍କର ..
ମୃତ୍ୟୁ ର ଉତ୍ତର ଅତ୍ୟନ୍ତ ସୁନ୍ଦର .
ଜନ୍ମ ଆରମ୍ବ ହେଲେ ମୁଁ ସେ ଆରମ୍ବର ପ୍ରଥମ ଦ୍ୱାର ,
ମୁଁ ଅନ୍ଧକାର ପଛରେ ଥିବା ଆଲୁଅର ଆବିଷ୍କାର ,
ମୁଁ ପୁରୁଣା ପିଣ୍ଡ କୁ ଲୀନ କରି ଗଢେ ଆତ୍ମା ର ନୂଆ ଏକ ମନ୍ଦିର ..
ମୁଁ ସୁଖ ଆରମ୍ଭ ରେ ଥିବା ଦୁଃଖ ର ନିମିସଯାକ ଛାଇ ଟିଏ ମାତ୍ର ..
ମୁଁ ମୋହ ମାୟା ର ଅନ୍ତ ର ଗୋଟେ ବାର୍ତ୍ତା ମାତ୍ର ,
ମୁଁ ମଣିଷ ର ଭୟ ପଛରେ ଥିବା ସନ୍ଧାନ ମଣିଷତ୍ୱର ..
ମୁଁ ମୃତ୍ୟୁ !
ବିନା ଶେଷ ରେ କି ସମ୍ଭବ ନୂଆ ଆରମ୍ଭର .