STORYMIRROR

Meenakshee Dash Panigrahi

Tragedy

2  

Meenakshee Dash Panigrahi

Tragedy

ଏ ସଂସାର ରୁ ବିରତି ଚାଁହୁଛି

ଏ ସଂସାର ରୁ ବିରତି ଚାଁହୁଛି

1 min
180

ଖୋଲି ଦବ କି ଶାନ୍ତି ର ପଥ,

ଦେଖାଇ ଦବ ମତେ ମୁକ୍ତି ର ବାଟ,,

ଲୋଭ ମୋହ ମାୟା ଠାରୁ ଅନେକ ଦୂରରେ ଥିବା

ଅନ୍ୟ ଏକ ସଂସାର ଖୋଜିବାକୁ ଚାଲୁଛି, ମୁଁ 

ଏ ସଂସାରରୁ ବିରତି ଚାଁହୁଛି .


ମାଗୁ ନାହିଁ ଅନୁମତି,ମୁଁ କରୁଛି ମିନତୀ,

ପ୍ରକୃତ ତ ସମ୍ପର୍କ ସନ୍ଧାନ ରେ ଆଜି 

ସମ୍ପର୍କ କୁ ହଜେଇ ଦେଇଛି , 

ଏ ଆଶା ଟିକଟି ନୁହେଁ, ନୁହେଁ ଯୌବନ 

ଗୋଟେ ଆତ୍ମା ବିହୀନ ଶରୀର ନୁହେଁ, 

ଆତ୍ମା ର ସନ୍ଧାନ ପାଇ ଚାଁହୁଛି, ମୁଁ  

ଏ ସଂସାର ରୁ ବିରତି ଚାହୁଁଛି


ମାଗି ନାହିଁ ବୋଲି କହିବିନି କିଛି,ଜନ୍ମ ସଂଗେ ମୃତ୍ୟୁ ନ ଦିଅ 

ଏ ଆଶା ମୁଁ ଜନ୍ମ ରୁ କରି ଆଜି ଯାଏ ଧାଇଁ ଚାଲିଛି , 

ସୁଖ ସଂଗେ ଦୁଃଖ କୁ ଦିଅ ନାହିଁ ଏ ପାଇଁ ଅନେକ କାକୁତି ମିନତୀ ହେଇଛି ..

ଆଜି ସବୁ ଅପରିବର୍ତ୍ତିତ ଶବ୍ଦ ଛାଡି ଗୋଟିଏ ଶବ୍ଦ ର ଅନୁସନ୍ଧାନ ରେ ଯିବାକୁ ଚାହୁଁଛି .

ମୁଁ ଏ ସଂସାରରୁ ବିରତି ଚାହୁଁଛି ..

 

ଭଲ ପାଇବା ଅନେକ ଅଛି ହେଲେ ସ୍ୱାର୍ଥ ର ଗନ୍ଧ

ତାକୁ ମୂଲ୍ୟ ହୀନ ପଳାସ ଫୁଲ ପରି ସଜାଇ ଦେଇଛି ..

ମଣିଷ ଅଛି ହେଲେ ମଣିଶ୍ୱତଃ ଆଜି ଧୀରେ ଧୀରେ ବିଲୀନ ହୋଉଛି ..

ମଣିଷ ହେଇ ବଞ୍ଚିବାକୁ ଚାହୁଁଛି ତେଣୁ ମୁଁ ଏ ସଂସାର ରୁ ବିରତି ଚାହୁଁଛି ..



Rate this content
Log in

Similar oriya poem from Tragedy