Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Meenakshee Dash

Romance

3  

Meenakshee Dash

Romance

କେବଳ ତୁମେ

କେବଳ ତୁମେ

1 min
7.1K


କେବେକେବେ ଇଚ୍ଛା ହୁଏ ତୁମେ ମୋ ବାଟ ଓଗାଳ ,

ମୋ ପଣତକୁ ଧରି ନିଜ ନିକଟକୁ ଆଣ.

ତୁମ ହୃଦୟର ସେ ଗଭୀରତାକୁ ଦେଖିବାକୁ ମତେ ତୁମେ ଆଲିଙ୍ଗନ କର ,

ଯେମିତି ମୋ ନୀରବତାକୁ ପଢି ବୁଝି ଯାଏ

ତୁମ ନୟନ ଆଉ ବୁଝି ଯାଏ ମୋ ଅକୁହା କଥାର କୋଳାହଳ ..

କେବେକେବେ ଲାଗେ କରନ୍ତ କି ଅଝଟ

ମୋ ଆଗରେ ଯେମିତି ତୁମେ ଅବୁଝା ପ୍ରେମୀ ମୋର ,

କୋଳେ ନିଅନ୍ତି ତୁମକୁ ,ଚୁମ୍ବନରେ ସ୍ପର୍ଶ କରନ୍ତି ତୁମ ଅଧର..

କେବେକେବେ ଲାଗେ ଫେରି ଆସନ୍ତା କି

ସେଇ ଫଗୁଣ ବୋଲି ଦିଅନ୍ତି ଅନେକ ରଙ୍ଗ ,

ଦେହ ମୋର ରଙ୍ଗୀନ୍ ହୁଅନ୍ତା ଛୁଆଁରେ ତୁମର .

ବର୍ଷାର ସେ ଅମାନିଆ ଟୁପୁ ଟୁପୁ ବୁନ୍ଦା ଜଳରେ

ଭିଜନ୍ତି ତୁମ ସଂଗେ ଭୁଲି ଯାଏ ସୀମା ପରିସୀମା କୁ ମୋର .

କେବେକେବେ ଲାଗେ ସମୟ ସାଙ୍ଗରେ କରନ୍ତି ଯେ ଅଳି ,

ଫେରାଇ ଦିଅନ୍ତା ମତେ ସେଇ ଦିନ

ଅନେକ ସ୍ଵପ୍ନ ଯହିଁ ଦେଖିଥିଲେ ତୁମର ମୋର ,

ସାକ୍ଷୀ ଥିଲା ଏ ଜହ୍ନର ଜୋଛନା ଆଉ ରାତ୍ରିର ଅନ୍ଧକାର…।


Rate this content
Log in

Similar oriya poem from Romance