କଦଳୀ ଗଛ
କଦଳୀ ଗଛ
କଦଳୀ ଗଛ ପବିତ୍ର ଗଛ
ପ୍ରତି ବାରି ଘରେ ଥାଏ
ପୂଜା ବିଧିରେ ଗଛ ପତର
କାର୍ଯ୍ୟରେ ଲାଗିଥାଏ ।
ଓଷା ବାର ଓ ଶ୍ରାଦ୍ଧ କାର୍ଯ୍ୟରେ
କଦଳୀ ପତ୍ରେ ଖାଉ
ଦିଅଁଙ୍କ ପାଶେ କଦଳୀ ପତ୍ରେ
ଭୋଗ ଘୋଡାଇ ନେଉ ।
କଦଳୀ ଭଣ୍ଡା କଦଳୀ ମଞ୍ଜା
ହୁଅଇ ତରକାରୀ
ରୋଗ ହଟାଏ ଦେହକୁ ହିତ
ସୁସ୍ଵାଦ ଲାଗେ ଭାରି ।
ସୁନ୍ଦର ଫୁଲ ମାଳ ହୁଅଇ
ସୁଷ୍କ ପଟୁ ତନ୍ତୁରେ
କାର୍ତ୍ତିକେ ଧର୍ମ ଡଙ୍ଗା ଭସାଉ
କଦଳୀ ପଟୁଆରେ ।
କଞ୍ଚା କଦଳୀ ମହଙ୍ଗା ପୁଣି
ବଜାରେ ମିଳେ ନାହିଁ
କଦଳୀ ଭଜା ତିଅଣ ଖାଅ
ରକତ ବଢ଼େ ଭାଇ ।
ଚୁଡ଼ା କଦଳୀ ଚକଟି ଖାଉ
କଦଳୀ ଭୋଗ ହୁଏ
ବିବାହ ବ୍ରତ କର୍ମକାଣ୍ଡରେ
କଦଳୀ ଲାଗିଥାଏ ।
ପାଚିଲା ଅବା କଞ୍ଚା କଦଳୀ
ପତର ବିକି କେହି
ନିଜର ତଥା ପରିବାରର
ପେଟକୁ ପୋଷୁ ଥାଇ ।
ଦୋକାନ ଅବା ଗୃହ ପ୍ରତିଷ୍ଠା
ଦେବାଦେବୀ ପୂଜାରେ
ଉଭୟ ପାର୍ଶ୍ଵେ କଦଳୀ ଗଛେ
ତ୍ୱରଣ ସଜା ଯାଏ ।
ପୁରୀ ମନ୍ଦୀରେ କଦଳୀ ପତ୍ରେ
ଖାଉ ଅବଢ଼ା ଅନ୍ନ
ଏହି ପତ୍ରର ପିଣ୍ଡରେ ପିତୃ
ପୁରୁଷ ହୁଏ ପ୍ରସନ୍ନ ।
ହାତେ ଚାଖଣ୍ଡେ ଗାତରେ ଗଛ
ପୋତି ଯେ ଖତ ଦିଏ
ଚାଖେଣ୍ଡେ ଛାଡ଼ି ଭଣ୍ଡା କାଟିଲେ
କଦଳୀ ଭଲ ହୁଏ ।
