ମା ମାତୃଭୂମି ମାତୃଭାଷା
ମା ମାତୃଭୂମି ମାତୃଭାଷା
ମାଆ ମାତ୍ରୁଭୂମି ଜୀବନେ ସର୍ବୋଚ୍ଚ
କାହୁଁ ହେବ ସୁଜି ଋଣ,
ତହିଁ ମାତୃଭାଷା ଜୀବନେ ରତନ
ହୁଏ ମୁଖେ ଉଚ୍ଚାରଣ।
ଦଶ ମାସ ଗର୍ଭେ ଧରିଣ କୁମାର
ଜନମ ଦିଏ ଜନନୀ,
ଜନ୍ମ ହୋଇ ତହୁଁ ଧରିତ୍ରୀ ଛୁଆଁଇ
ଅପୂର୍ବ ଜନ୍ମ ସୃଜନୀ।
ସହି ଦୁଃଖ କଷ୍ଟ ସନ୍ତାନ ପାଳନେ
ବ୍ୟତୀତ କରେ ଜୀବନ,
ସନ୍ତାନ ରୋଦନ ହୁଏ ବିଚଳିତ
ଧ୍ୟାନ ତା ଥାଏ ସନ୍ତାନ।
ଅଗାଧ ଏ ପ୍ରେମ ପଟାନ୍ତର ନାହିଁ
କେତେ ଗୀତ ଗାଉ ଥାଏ,
ଜନନୀ ପରିକେ ହେବ ସଂସାରରେ
ସୁବାଟାକୁ ଦେଉ ଥାଏ।
ମାତୃଭାଷା ଶିକ୍ଷା ଦିଏଟି ଜନନୀ
ଯେଉଁ ଜନନୀର ଭାଷା,
ଜୀବନ ଯାତ୍ରାରେ ହୁଏ ଉପଯୋଗୀ
ରତ୍ନ ପରା ମାତୃଭାଷା।
ଯାହାର କୋଳରେ ଖେଳି ବଡ଼ ହୁଏ
ଅଟେ ପରା ମାତୃଭୂମି,
ଗୁରୁଣ୍ଡି ଗୁରୁଣ୍ଡି ଚେଷ୍ଟା କରୁ ଥିଏ
ଚାଲିବା ପାଇଁରେ ଭୂମି।
ଭାଷା ଶିକ୍ଷା ମିଳେ ଜନନୀର କୋଳେ
ପିତୃମାତୃ ଶ୍ରେଷ୍ଠ ଗୁରୁ,
ଶକ୍ତିଶାଳୀ କରେ ଏ ପବିତ୍ର ମାଟି
କର୍ତ୍ତବ୍ୟେ ନିର୍ମାଣ ଶୁରୁ।
ଈଶ୍ବରୀୟ ପ୍ରେମ ଜନନୀ ର ପ୍ରେମ
ପ୍ରେମରେ ଅଟୁଟ ପରା
ମାଆ ମାତୃଭୂମି ଜନନୀର ଭାଷା
ମହତ୍ତ୍ୱ ଜୀବନେ ସାରା।
ପିତୃମାତୃ ସେବା ପରମ କର୍ତ୍ତବ୍ୟ
ଦୁହେଁ ପ୍ରାରମ୍ଭିକ ଗୁରୁ,
ମାତୃଭୂମି ଆଉ ଜନନୀର ଭାଷା
କରିବା ସୁରକ୍ଷା ଶୁରୁ।
ପଟାନ୍ତର ନାହିଁ ୍ ଭବେ ତିନିଙ୍କର
ସୁରକ୍ଷା ତା କର୍ତ୍ତବ୍ୟର,
ସେବା ଓ ସୁରକ୍ଷା ଜୀବନେ ଜରୁରୀ
ଏହୁ ଜନମେ ଆମର
କରୁଥିବା ସେବା ପିତୃମାତୃଙ୍କର
ସେବାଟି ମାତୃଭୂମିର,
ଜନନୀର ଭାଷା କରିବା ସୁରକ୍ଷା
ଅଟେ କର୍ତ୍ତବ୍ୟ ଆମର।
ତେବେ ଟି ସଫଳ ମନୁଷ୍ୟ ଜୀବନ
ଏହୁ କର୍ମ ଭୂମି ପରା,
ଗାଉ ଥିବା କ୍ରୀତୀ ପବିତ୍ର ଭୂମିର
ପ୍ରାଣେ ସର୍ବୋତ୍ତମ ସାରା।
