Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଆ'ବଉଳ

ଆ'ବଉଳ

1 min
349



ଆ'ବଉଳ ଦେଖିଯିିବା ରଥଯାତରା ।

ଆ'ବଉଳ ଦେଖିଯିବା ରଥଯାତରା ।୦।

ତିନି ରଥ ରହିଥିବ ସାଜସଜ୍ଜା ହୋଇଥିବ

ବଡଦାଣ୍ଡେ ଖେଳୁଥିବ ଶୋଭା ପସରା ।

ଘଣ୍ଟ ଘଣ୍ଟା ବାଜୁଥିବ ପହଣ୍ଡି ଆରମ୍ଭ ହେବ

ସୁଦରଶନ ଆସିବେ ପହିଲେ ତ୍ୱରା ।୧।

ଦର୍ପଦଳନ ରଥରେ ବିଜେ ହେବେ ପହଣ୍ଡିରେ

ତାଙ୍କ ପଛେ ବଳଭଦ୍ର ଆସିବେ ପରା।

ତାଳଧ୍ଵଜେ ହେବେ ବିଜେ ସେ ବଡଠାକୁର ନିଜେ

ଦେବୀ ସୁଭଦ୍ରା ପହଣ୍ଡି କି ମନହରା ।୨।

ବିଜୟେ ଦର୍ପଦଳନ ପୁଲକିତ ତନୁ ମନ

ଜଗଜ୍ଜନନୀ ଦର୍ଶନ କରିବା ପରା ।

ଶେଷେ ଆସିବେ କାଳିଆ ସେ ଆମ ଗଳାମାଳିଆ

ଟାହିଆ ହଲାଇ ନନ୍ଦିଘୋଷ ଆସରା। ୩।

ହରିବୋଲ ହୁଳହୁଳି ଶବ୍ଦ ପଡିବ ଉଛୁଳି

ଠାକୁର ରାଜା କରିବେ ଛେରାପହଁରା ।

ତାଳଧ୍ଵଜ ଯିବ ଗଡି ଶୁଭୁଥିବ ଘିଡି ଘିଡି

ରଥ ଦଉଡି ଟାଣିବା ହୋଇ ଅଧୀରା ।୪।

ଦେବୀ ରଥ ଟାଣିନେବା ନନ୍ଦିଘୋଷକୁ ଟାଣିବା

ରଥେ ଦେଖିବା ବାମନ ଜନମହରା ।

ମନେରଖି ସେ ଯାତରା ଉଷତ ହୋଇବା ସାରା

ଜୀବନ ରହିବ ମନେ ରଥ ଯାତରା ।୫।


Rate this content
Log in