STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ମୁଁ ହାରି ଯାଉଛି ଦେଖ

ମୁଁ ହାରି ଯାଉଛି ଦେଖ

1 min
286


ସମୟ ସୁଅରେ ପାଦ ଥାପିଥିଲି

ଅମର ହେବାକୁ ମୁହିଁ

ଜିତିବି ସବୁକୁ ବଜ୍ର ଶପଥ ମୋ

ରହିକି ଆକାଶେ ଚାହିଁ।୧

ସମୟଟା ମୋର ପଛେ ପଡି଼ଯିବ

ଏହି ବିଶ୍ବାସଟା ଥିଲା

ଦେହ ଆଉ ମନ ଅମର ନିଶ୍ଚିତ

ହଟିବି କାହିଁକି ଭଲା?୨

ସବୁ କିନ୍ତୁ ଆଜି ଚୂରମାର ଦେଖ

ଯୌବନ ମୋ ହାରିଗଲା

ବୟସ ପାଖରେ ଜିତିବାକୁ ଯାଇ

ସବୁ ହିଁ ଶୀଥିଳ ହେଲା।୩

ଏହି ଶରୀରକୁ ଗଢି଼ ତୋଳିଥିଲି

ଖାଇବା ପିଇବା କରି

କିନ୍ତୁ ହାରିଗଲି ଏ ରୋଗ ପାଖରେ

ମୋଟେ ପାରିଲିନି ଧରି।୪

ଏହି ଜୀବନଟା ହାରିଗଲା ଆହା

ମୃତ୍ଯୁର ପାଖରେ ଯେବେ

ନିଜକୁ ଭାବିଲି ବୃଥା ଅସ୍ଫାଳନ

କିଆଁ ଆସୁଥିଲା କେବେ?୫

ସମ୍ପର୍କର ଡୋର ଛିଣ୍ଡିଗଲା ମୋର

ଭାଇ ବନ୍ଧୁ କୁଟୁମ୍ବଠୁ

ସ୍ବାର୍ଥରେ ସଭିଏଁ ଠିଆ ହୋଇଥିଲେ

ଅର୍ଥ କି ନେବା ମୋରଠୁ?୬

ଜଗତ କଲ୍ଯାଣ ଆଉ କି କରିବି

ସବୁ ତ କର୍ମର ଫଳ

ବିଶ୍ବାସଟା ଥିଲା ସିଏ ବି ହାରିଲା

ଧୋକା ଆଜି ଶୂନ୍ଯ ଥାଳ।୭

ମର୍ତ୍ତ୍ଯରେ ହାରିବା ସଭିଙ୍କର ହୁଏ

ନା ମୋରି ପାଖରେ ଖାଲି

ପୂର୍ବର କର୍ମକୁ ସହି ନ ପାରିକି

ସମୟ ଦେଲା କି ଖୋଲି?୮

ମୋର ମୋର ବୋଲି ଗୁଣି ହେଉଥିଲି

ସବୁ ହିଁ ତୁଚ୍ଛ ହୋଇଲା

ଏ ଜୀବନ ବ୍ଯର୍ଥ ସଂସାରେ ସୌଦାକୁ

କେହି କି ନେଇଛି ଭଲା?୯

ହାରିଗଲି ଆଜ୍ଞା ଏମାନଙ୍କ ପାଖେ

ହୁଏତ ତୁମେ ଜିତିବ

ମୋର ଭାଗ୍ଯବଳେ ମୁହିଁ ପାଇଗଲି

ସଂସାରେ ନାହିଁରେ ଭାବ।୧୦

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract