ଶ୍ରଦ୍ଧାରେ ସାଉଁଟେ ସରଧାବାଲି
ଶ୍ରଦ୍ଧାରେ ସାଉଁଟେ ସରଧାବାଲି
ଅଟେ ପୁରୀ କ୍ଷେତ୍ର ଉତ୍କଳର ଭୂମି
ସ୍ଥାନରେ ଦାରୁବ୍ରହ୍ମଙ୍କ
ବିଶ୍ବେ ଗୁଞ୍ଜୁଅଛି ଯାହାର ମହିମା
ପୂଜନ କୃପାସିନ୍ଧୁଙ୍କ।
ପରମବ୍ରହ୍ମ ସେହୁତ
ନୀଳଚକ୍ର ଉଡେ ବାୟୁ ବିପରୀତେ
ହୁଏ ମନ ପ୍ରଫୁଲ୍ଲିତ।
କଳିଙ୍ଗ ସାଗର କରୁଛି ଗର୍ଜନ
ଡାକୁଛି ନୀଳମାଧବ,
ସମୁଦ୍ର କୂଳରେ ଅବସ୍ଥିତ ପ୍ରଭୁ
ଶୁଭୁଛି ଭକ୍ତିର ରାବ୍।
ସାଉଁଟେ ସରଧାବାଲି
ଶ୍ରଦ୍ଧା ଭକତିରେ ଭକ୍ତ ପର୍ବରସେ
ଧରିଛି ପ୍ରେମର ଜାଲି।
ଭକ୍ତ ଡାକୁଥାଏ ମାଧବ ମାଧବ
ରାଷ୍ଟ୍ରର ମଙ୍ଗଳ କର,
ବୈଭବରେ କର ପରିପୂର୍ଣ୍ଣ ରାଷ୍ଟ୍ର
ନରହୂ ନିଅଁଟ କାର।
ଜଗବନ୍ଧୁ କୃପା ଭର,
ସନାତନୀ ରାଷ୍ଟ୍ର ସନାତନୀ ଆମେ
ବିଶ୍ବର ମଙ୍ଗଳ କର।
କଳିଙ୍ଗ ସାଗରେ ଶରଧାର ବାଲି
ଭକ୍ତ ବିଞ୍ଚୁ ଥାଏ ଧିରେ,
ଜନଜନେ ପ୍ରଭୁ ସତ୍ୟ ବାଟ ଦିଅ
ନରହୂ ଦୁଃଖ କାହାରେ।
ଅନାଦି ଅନନ୍ତ ସେହୁ
ଯାହା କିଛି ହୁଏ ତାଙ୍କରି ଇଙ୍ଗିତେ
ନିରାକାର ମହାବାହୁ।
ତହରି ମହିମା ତହରି ସଂସ୍କୃତି
ଜଗତେ ଆଦର କେତେ,
ସଂସ୍କାର ରାଷ୍ଟ୍ରର ଗ୍ରହଣ କରନ୍ତି
ଧର୍ମ ସନାତନ ନିତ୍ୟେ।
ବଞ୍ଚନ୍ତୁ ସର୍ବେ ଖୁସିରେ
ଧର୍ମ ସନାତନ ଦିଏ ଶିକ୍ଷା ଯହିଁ
ରହନ୍ତୁ ସେ ସୁରକ୍ଷାରେ।
ଛାଇ ଦେଉଳର ନପଡେ ଭୂମିରେ
ଶୁଭେନି ସାଗର ରାବ୍,
ପକ୍ଷୀ ନ ବସନ୍ତି ବଡ଼ଦେଉଳରେ
ରହିଛି ଭକ୍ତିର ଭାବ।
ପୂନ୍ୟ କ୍ଷେତ୍ର ପରା ଏହୁ
ଭାଇ ଓ ଭଉଣୀ ଅଛନ୍ତି ସଙ୍ଗରେ
ଗୃହସ୍ତାଶ୍ରମ ଟି ଯହୁଁ।
